କେନ୍ଦ୍ରାପଡା ଜିଲ୍ଲା ଆଳିରେ ଗୁରୁବାର ଦିନ ଆଳି ବହୁମୁଖୀ ଆଶ୍ରୟ ସ୍ଥଳୀ ପରିସରରେ ଆଳି କନିକା ଠିକାଦାର ସଙ୍ଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସରକାରଙ୍କ ପକ୍ଷରୁ ଏବେ ଟେଣ୍ଡର ପ୍ରକ୍ରିୟାରେ ଯେଉଁ ନୂଆ ନିୟମ କରା ଯାଇଛି ସେହି ନିୟମରେ ଯଦି କାର୍ଯ୍ୟ କରାଯାଏ ତେବେ ଠିକାଦାରଙ୍କ ସହ ସରକାର କ୍ଷତି ସହିବେ । ଏପରିକି ଯେଉଁ ପ୍ରକଳ୍ପ କାର୍ଯ୍ୟ ହେବ ତାହାର ସ୍ଥାୟିତ୍ୱ ମଧ୍ୟ ନିମ୍ନ ମାନର ହେବ। ତେଣୁ ସରକାର ନୂଆ ନିୟମ ପରିବର୍ତନ କରି ଟେଣ୍ଡର ପ୍ରକ୍ରିୟାରେ ଏକ ନିର୍ଦିଷ୍ଟ ହାର ସ୍ଥିର କରିବା ଆବଶ୍ୟକ ବୋଲି ଦାବି ହୋଇଥିଲା । ଏଭଳି କରାନଗଲେ ସଠିକ ଭାବେ କାର୍ଯ୍ୟ କରିବା ମଧ୍ୟ କଷ୍ଟକର ହୋଇପଡିବ। ଠିକାଦାର ସଙ୍ଘର ନିଷ୍ପତିକ ସମସ୍ତ ଠିକାଦାର ମାନେ ମାନିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା । ଏହି ବୈଠକରେ ଶରତ କୁମାର ଦାସ, ସୁକାନ୍ତ ରାଉତ ,ସୁବ୍ରତ କୁମାର ଦାଶ,ସଂଗ୍ରାମ ସାମଲ, ସାରଳା ପ୍ରସାଦ ଦାସ,ଦିପ୍ତୀରଂଜନ ବାରିକ, ହଳଧର ସାହୁ,ସମ୍ରାଟ କୁମାର ବେହେରା ପ୍ରମୁଖଙ୍କ ସହ ୩୦ ରୁ ଉର୍ଦ୍ଧ ଠିକାଦାର ଉପସ୍ଥିତ ଥିଲେ।
previous post
