(ମୁମ୍ବାଇ) : ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି । ସିନେପ୍ରେମୀ ତାଙ୍କ ଆଗାମୀ ୱେବ୍ ସିରିଜ୍ ‘ପୋଚର୍’ ଦେଖିବାକୁ ବେଶ୍ ଉତ୍ସାହିତ ଅଛନ୍ତି । ଅଭିନେତ୍ରୀ ଆଲିଆଟଙ୍କ ସିରିଜ୍ ‘ପୋଚର’ର ଟ୍ରେଲର ୧୫ ଫେବ୍ରୁଆରୀରେ ମୁକ୍ତିଲାଭ କରିଛି । ‘ପୋଚର୍’ ଏକ ଅପରାଧ ସିରିଜ୍ ଏହା ୨୩ ଫେବୃଆରୀ ୨୦୨୪ ରିଲିଜ୍ ହେବ । ଏହି ଟ୍ରେଲର ଦର୍ଶକଙ୍କ ମନ ଜିଣୁଛି ।
ସୂଚନାନୁଯାୟୀ, ଆଲିଆ ଭଟ୍ଟ କେବଳ ‘ପୋଚର’ରେ ଅଭିନୟ ନୁହେଁ ବରଂ ସେ ଏହି ଚଳଚ୍ଚିତ୍ରର ନିର୍ମାତା ମଧ୍ୟ ଅଟନ୍ତି । ଆଲିଆ ଭଟ୍ଟ କିଛି ଦିନ ପୂର୍ବରୁ ଏହାର ଟିଜର ରିଲିଜ୍ କରିଥିଲେ ଯେଉଁଥିରେ ସେ ଖୁବ୍ ଆଶ୍ଚର୍ଯ୍ୟ ଏବଂ ବିବ୍ରତ ଦେଖାଯାଉଥିଲେ । ତେବେ ଏହି ଫିଲ୍ମର ଟିଜରକୁ ମଧ୍ୟ ବେଶ୍ ଭଲ ପାଇବା ମିଳିଥିଲା । ଏହି ୱେବ୍ ସିରିଜର ଟ୍ରେଲର ସୋସିଆଲ ମିଡିଆରେ ବର୍ତ୍ତମାନ ଟ୍ରେଣ୍ତ କରୁଛି । ଏହି ୱେବ୍ ସିରିଜରେ ସବୁଠାରୁ ବଡ ହାତୀ ଦାନ୍ତ ସ୍କାମ ଦେଖିବା ପାଇଁ ମିଳିଛି । ଆଲିଆ ଭଟ୍ଟ ୱେବ୍ ସିରିଜ୍ ‘ପୋଚର’ର ଟ୍ରେଲରକୁ OTT ପ୍ଲାଟଫର୍ମ ପ୍ରାଇମ୍ ଭିଡିଓ ଇଣ୍ଡିଆ ସହିତ ସେୟାର କରିଛନ୍ତି ।