ଓଡିଶା

କେଦାରନାଥରେ ଫସିଥିବା ୪ ଓଡ଼ିଆ ସୁରକ୍ଷିତ

ଭୁବନେଶ୍ୱର: କେଦାରନାଥରେ ଫସିଥିବା କେନ୍ଦୁଝରର ୪ ଜଣ ସୁରକ୍ଷିତ । ୪ ଜଣ ସୁରକ୍ଷିତଭାବେ ଗୁପ୍ତକାଶିରେ ପହଞ୍ଚିଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦୁଝର ଜିଲ୍ଲାପାଳ। ଜିଲ୍ଲାପାଳ ଓ ଶ୍ରମ ଅଧିକାରୀଙ୍କ ସହ ଏହି ୪ ଜଣ ଯୋଗାଯୋଗରେ ଥିବା କହିଛନ୍ତି ଜିଲ୍ଲାପାଳ।

ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲାର ୪ ଜଣ ବୋଲବମ୍ ଭକ୍ତ ଶ୍ରାବଣରେ ଜଳଲାଗି ପାଇଁ କେଦାରନାଥ ଯାଇଥିଲେ। ବାଦଲଫଟା ବର୍ଷାରେ କେଦାରନାଥ ରାଜପଥ ବିଚ୍ଛିନ୍ନ ହୋଇଥିବାରୁ ସେମାନେ ଅଧାରେ ଫସି ଯାଇଥିଲେ। ସେମାନଙ୍କୁ ସୁରକ୍ଷିତ ଭାବେ ଓଡ଼ିଶା ଫେରାଇ ଆଣିବାକୁ ଅଣ୍ଟା ଭିଡ଼ିଥିଲେ ରାଜ୍ୟ ସରକାର।

ଏହି ୪ ଜଣ ହେଲେ ତେଲକୋଇ ସରୁଆଳିର କାର୍ତିକେଶ୍ୱର ଖିଲାର, ଜଗମୋହନପୁରର ସଦାନନ୍ଦ ସାହୁ, ଦୋବଲାପାଳ ଚନ୍ଦ୍ରଶେଖରପୁରର ମହେଶ୍ୱର ପ୍ରଧାନ ଏବଂ କେନ୍ଦୁଝର ସଦର ବ୍ଲକ କେମ୍ପସଢାର ଋଷିନାଥ ମହାନ୍ତ।

Related posts

ବିଜେଡିରେ ମିଶିଲେ ବିଜେପି ସାଂସଦଙ୍କ ପତ୍ନୀ

mahabharatanews

ଭୁବନେଶ୍ୱରରେ ଉପରାଷ୍ଟ୍ରପତି

mahabharatanews

ହାଜତ ମୃତ୍ୟୁରେ ବଦଳିଲେ ତଦନ୍ତକାରୀ ଅଫିସର

mahabharatanews