ଓଡିଶା

ଜାନୁଆରୀ ୩ ତାରିଖରୁ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ ।

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାରେ ଜାନୁଆରୀ ୩ ତାରିଖରୁ ସମସ୍ତ ଧର୍ମାନୁଷ୍ଠାନ ଖୋଲିବ । କୋଭିଡ଼ କଟକଣା ପାଇଁ ଧର୍ମାନୁଷ୍ଠାନଗୁଡିକ ୯ ମାସ ଧରି ବନ୍ଦ ରହିଥିଲା । ଏବେ କରୋନା ସ୍ଥିତି ସ୍ୱାଭାବିକ ହେବା ପରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲାଯିବା ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । କୋଭିଡ଼ ମହାମାରୀ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ଲିଙ୍ଗରାଜ ମନ୍ଦିର ଏବଂ ଭୁବନେଶ୍ୱର ମ୍ୟୁନସିପାଲିଟି ଅଞ୍ଚଳ ଅଧିନରେ ଆସୁଥିବା ସବୁ ମନ୍ଦିର ଓ ଅନ୍ୟ ଧର୍ମାନୁଷ୍ଠାନଗୁଡିକ ଖୋଲାଯିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ । କୋଭିଡ-୧୯ ଗାଇଡଲାଇନକୁ ଦୃଷ୍ଟିରେ ରଖି ମନ୍ଦିର ଖୋଲାଯିବ । ଏନେଇ ଖୋର୍ଦ୍ଧା ଜିଲ୍ଲାପାଳ ନିଦ୍ଦେଶ କରିଛନ୍ତି ।

Related posts

ରତ୍ନ ଭଣ୍ଡାର ନଖୋଲିବାକୁ ହୋଇଛି ଯୋଜନା: ସୁଦର୍ଶନ

mahabharatanews

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ତହସିଲ ପଡିଆରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା

mahabharatanews

ଆଜି ମହାଶିବରାତ୍ରୀ : ଜାଗର ଜାଳିବେ ଶ୍ରଦ୍ଧାଳୁ 

mahabharatanews