ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ । ଏଥିପାଇଁ ମଙ୍ଗଳବାର ଠାରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯିବ । ପ୍ରଥମ ପର୍ଯ୍ୟାୟରେ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରୁ ୫ ଦୂରବର୍ତ୍ତୀ ଜିଲାକୁ ପ୍ରଶ୍ନ ପଠାଯିବ । ନିର୍ଦ୍ଦିଷ୍ଟ ରୁଟ୍ ନିର୍ଦ୍ଧାରଣ କରାଯାଇଥିବାବେଳେ ଯେଉଁ କର୍ମଚାରୀ ପ୍ରଶ୍ନପତ୍ର ନେଇ ଯିବେ ସେମାନଙ୍କର ଜିପିଏସ ଟ୍ରାକ କରାଯିବ । ଯଦି କିଛି ବି ତ୍ରୁଟି ହେଲା, ତାହାଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଅନ୍ୟପକ୍ଷରେ ପରୀକ୍ଷାର ସୁପରିଚାଳନା ନିମନ୍ତେ ସମସ୍ତ ପରୀକ୍ଷା କେନ୍ଦ୍ର ଏବଂ ପ୍ରଶ୍ନପତ୍ର ରହୁଥିବା ନୋଡାଲ ସେଣ୍ଟରଗୁଡ଼ିକ ସିସିଟିଭି ସର୍ଭିଲାନ୍ସ ମଧ୍ୟରେ ରହିବ। ୧୭ ତାରିଖ ସୁଦ୍ଧା ପ୍ରଶ୍ନପତ୍ର ସବୁ ନୋଡାଲ ସେଣ୍ଟରରେ ପହଞ୍ଚିବ। ନୋଡାଲ ସେଣ୍ଟରରୁ ପରୀକ୍ଷାର କିଛି ସମୟ ପୂର୍ବରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ଯିବ। ପରୀକ୍ଷା କେନ୍ଦ୍ରକୁ ମୋବାଇଲ ନେବା ସମ୍ପୂର୍ଣ୍ଣ ବାରଣ ହୋଇଛି। କେବଳ କେନ୍ଦ୍ର ଅଧୀକ୍ଷକଙ୍କୁ ମୋବାଇଲ ନେବାକୁ ଅନୁମତି ମିଳିବ; କିନ୍ତୁ ପରୀକ୍ଷା ହଲକୁ ମୋବାଇଲ ନେଇପାରିବେ ନାହିଁ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି।
/odishatv/media/post_attachments/uploadimage/library/16_9/16_9_0/IMAGE_1658735117.webp)
