ଓଡିଶା

ପିପିଇ କିଟ୍‌ ଓ ମାସ୍କ ଦୁର୍ନୀତିର ତଦନ୍ତ କରିବ ଭିଜିଲାନ୍ସ

ଭୁବନେଶ୍ୱର: କରୋନା କାଳରେ ରାଜ୍ୟ ସରକାରଙ୍କ ଦ୍ୱାରା କିଣାଯାଇଥିବା ପିପିଇ କିଟ୍‌ ଓ ମାସ୍କ କିଣାରେ ହୋଇଥିବା ଦୁର୍ନୀତିର ତଦନ୍ତ କରିବ ଭିଜିଲାନ୍ସ। ଲୋକାୟୁକ୍ତ ଭିଜିଲାନ୍ସ ଦ୍ୱାରା ଏହି ଦୁର୍ନୀତିର ପ୍ରାଥମିକ ତଦନ୍ତ ହେବ। ଗତକାଲି ଲୋକାୟୁକ୍ତ ଏହି ମାମଲାର ଶୁଣାଣି କରିଥିବା ବେଳେ ଏହି ମାମଲାରେ ଭିଜିଲାନ୍ସକୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରାରମ୍ଭିକ ତଦନ୍ତ ଦୁଇ ମାସ ମଧ୍ୟରେ ସାରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଲୋକାୟୁକ୍ତ। ଏସ୍‌ପି କିମ୍ବା ଏଏସ୍‌ପି ପାହ୍ୟାର ଅଧିକାରୀଙ୍କ ତତ୍ତ୍ୱାବଧାନରେ ପୁରା ମାମଲାର ତଦନ୍ତ କରାଯିବ।ତଦନ୍ତ ପରେ ଫେବୃଆରୀ ୧୫ରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ଲୋକାୟୁକ୍ତ ।
ପିପିଇ ଓ ମାସ୍କ କିଣାରେ ବ୍ୟାପକ ଦୁର୍ନୀତି ନେଇ ଓଡିଶା ବିକାଶ ପରିଷଦ ଓ ସୁଦର୍ଶନ ଦାସଙ୍କ ଦ୍ୱାରା ଲୋକାୟୁକ୍ତରେ ଅଭିଯୋଗ ହୋଇଥିଲା । ଏହି ମାମଲାରେ ଗତକାଲି ତକ୍ରାଳୀୟ କ୍ରୟ କମିଟି ମୁଖ୍ୟ ହେମନ୍ତ ଶର୍ମା ଓ ଡ୍ରଗ୍ସ କଣ୍ଟ୍ରୋଲ ବୋଡର ଅଧ୍ୟକ୍ଷା ଯାମିନୀ ଷଡ଼ଙ୍ଗୀ ଲୋକାଯୁକ୍ତଙ୍କ ନିକଟରେ ହାଜର ହୋଇଥିଲେ। ଯାହା ବି ସବୁ କିଣା ଯାଇଛି ତାହା କ୍ରୟ କମିଟି ମାଧ୍ୟମରେ ହୋଇଥିବା ଦୁଇ ଅଧିକାରୀ ଲୋକାୟୁକ୍ତଙ୍କୁ ଜଣାଇଥିଲେ ।

SR

 

Related posts

ବନକଲାଗି ବିବାଦ : ଆଜି ବସିବ ପରିଚାଳନା କମିଟି ବୈଠକ

mahabharatanews

ସମ୍ଭାବ୍ୟ ମରୁଡି ପରିଚାଳନା ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ

mahabharatanews

ଫ୍ରିଜରେ ଅଣ୍ଡା ରଖିବା ଭଲ ନା ଖରାପ

mahabharatanews