ଅପରାଧଓଡିଶା

ବୌଦ୍ଧ ମୁଖ୍ୟ ଡାକ ଘରୁ ଲକର୍ ଭାଙ୍ଗି ଲୁଟ୍ ଅଭିଯୋଗ

ବୌଦ୍ଧ ମୁଖ୍ୟ ଡାକ ଘରୁ ଲକର୍ ଭାଙ୍ଗି ଲୁଟ୍ ଅଭିଯୋଗ । ବୌଦ୍ଧ ପଡା ଛକରେ ଥିବା ମୁଖ୍ୟ ଡାକ ଘରୁ ଲକର୍ ଭାଙ୍ଗି ଲୁଟ ହୋଇଥିବା ବୌଦ୍ଧ ଥାନାରେ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ  ବୌଦ୍ଧ ସହର ମଧ୍ୟ ଭାଗରେ କୁଡ଼ାପଡ଼ା ସ୍ଥିତ ୧୦୦ ବର୍ଷ ପୁରୁଣା ମୁଖ୍ୟ ଡାକ ଘର କୋଠାରୁ ଗତ ବିଳମ୍ବିତ ରାତିରେ ଲୁହା ଗ୍ରିଲ୍ କାଟି ପୋଷ୍ଟ ଅଫିସର ପଛ ପଟରୁ ପଶି ଚୋରି କରି ନେଇଛନ୍ତି । ସୁଚନା ଅନୁଯାଇ ଆଜି ସକାଳ ସମୟରେ ପୋଷ୍ଟ ଅଫିସ ଖୋଲିବା ପାଇଁ କିଛି କର୍ମଚାରୀ ଆସି ମୁଖ୍ୟ କବାଟ୍ ଖୋଲି ଭିତରକୁ ଯାଇଥିଲେ ଓ ଝରକା ଖୋଲିବା ପରେ ଦେଖିବାକୁ ପାଇଥିଲେ ଯେ ଅଫିସର ପଛ ପଟ ଗ୍ରିଲକୁ କଟର ମେସିନ ସାହାଯ୍ୟରେ କାଟି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି । ସଙ୍ଗେ ସଙ୍ଗେ ପୋଷ୍ଟ ମାଷ୍ଟରଙ୍କୁ ଖବର ଦେଇଥିଲେ ପରେ ପୋଲିସକୁ ଖବର ଦେବାରୁ ଘଟଣା ସ୍ଥଳରେ ବୌଦ୍ଧ ଆଦର୍ଶ ଥାନା ପୋଲିସ ଓ ବୌଦ୍ଧ ଆରକ୍ଷୀ ଅଧୀକ୍ଷକ ରାହୁଲ୍ ଗୋଏଲ୍, ଉପ ଖଣ୍ଡ ପୋଲିସ୍ ଅଧିକାରୀ ଲରେନ୍ସ ରାଉତରାୟଙ୍କ ଆସି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

Related posts

ଦୃଷ୍ଟିବାଧିତ ବିଦ୍ୟାଳୟର ଅନ୍ତେବାସୀଙ୍କୁ ପୋଷାକ ବଂଟନ

mahabharatanews

ଗ୍ରୀଷ୍ମ ପ୍ରବାହ: ଏଣିକି ୭ଟାରୁ ସ୍କୁଲ

mahabharatanews

ଏନସିବିର ଡେପୁଟି ଡାରେକ୍ଟର ଜେନେରାଲ ଭାବେ ଆଇପିଏସ ସଂଜୟ ସିଂ  ନିଯୁକ୍ତ

mahabharatanews