ଓଡିଶା

ବିଏମସି ଅଞ୍ଚଳରେ ଜବର ଦଖଲ ହୋଇଛି ୫୦୦ ଏକର ସରକାରୀ ଜମି

ବିଏମସି ଅଞ୍ଚଳରେ ଜବର ଦଖଲ ହୋଇଛି ୫୦୦ ଏକର ସରକାରୀ ଜମି । ବିଧାନସଭାରୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ବାପୁଜିନଗର, ଅଶୋକ ନଗର, ଗଙ୍ଗ ନଗର, ସହିଦ ନଗର, ସୂର୍ୟ୍ୟ ନଗର, ବମିଖାଲ, ଝାରପଡ଼ା, ପଟିଆ ଭଳି ଅଞ୍ଚଳରେ ପ୍ରଭାବଶାଳୀ ଜବର ଦଖଲ କରିଛନ୍ତି ସରକାରୀ ଜମି । ସେହି ଜମିକୁ ଜବର ଦଖଲ ମୁକ୍ତ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି ।

ଏଥିପାଇଁ ରାଜ୍ୟ ସରକାର ଗୋଟେ କମିଟି ଗଠନ କରି ଖୁବଶୀଘ୍ର ଜବର ଦଖଲ ଜମି ଉଚ୍ଛେଦ କରିବେ ବୋଲି ବିଧାନସଭାରେ କହିଲେ ମୁଖ୍ୟମନ୍ତ୍ରୀ । ଚଳିତ ବର୍ଷ ୭୦ ଏକର ସରକାରୀ ଜମି ଜବରଦଖଲ ମୁକ୍ତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଧାନସଭା ରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Related posts

ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

mahabharatanews

କ୍ୟାପିଟାଲ ଏବଂ ବି.ଏମ୍.ସି. ହସ୍ପିଟାଲରେ ସୁପର ସ୍ପେସାଲିଷ୍ଟ୍ ନିଯୁକ୍ତି ପାଇଁ କର୍ପସ ଫଣ୍ଡ

mahabharatanews

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ; ଅନଲାଇନରେ ଯୋଡି ହେବେ ୧୩ ଲକ୍ଷ ପ୍ରବାସୀ ଓଡ଼ିଆ 

mahabharatanews