ଅପରାଧ

ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

(ରିପୋଟର୍ସ ଟୁଡେ) ; ଫୁଲପଡା ପଞ୍ଚାୟତର ରାଜନାଳି ନିକଟସ୍ଥ ଏକ ନାଳ ପାଖରେ ଜଣେ ଯୁବତୀଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଛି । କେହି ଜଣେ ଦୁର୍ବୁତ୍ତ ଦୁଷ୍କର୍ମ ପରେ ହତ୍ୟା କରି ଖଜୁରୀ ଡାଳ ଘୋଡାଇ ଫେରାର ହୋଇଯାଇଛି । ଯୁବତୀ ଜଣକ ସ୍ଥାନୀୟ ଗିରିଧିବାସିଆ ଗ୍ରାମର ମଧୁସ୍ମିତା ଭୋଇ (୨୦) ବୋଲି ଜଣା ପଡିଛି । ସୂଚନା ଅନୁଯାୟି ମଧୁସ୍ମିତା ଘରୁ ନାଳକୁ ଗାଧୋଇବାକୁ ଆସି ଆଉ ଘରକୁ ଫେରି ନଥିଲେ । ବହୁ ଖୋଜାଖୋଜି ପରେ ତାଙ୍କର ମୃତଦେହ ଏକ ବିଲ ପାଖରେ ପଡିଥିବା ଦେଖିବାକୁ ପାଇଥିଲେ ଗ୍ରାମବାସୀ । ଝିଅକୁ ଦୁଷ୍କର୍ମ କରି ମାରି ଦିଆଯାଇଛି ବୋଲି ଅଭିଯୋଗ କରିଛନ୍ତି ମୃତ ମଧୁସ୍ମିତାଙ୍କ ବାପା ।ଖବର ପାଇ ବଅଁରପାଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ ଟିମ ମଧ୍ୟ ଆସି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତକୁ ଧରିବା ପାଇଁ ସ୍ଥାନୀୟ ଲୋକେ ମହିଧରପୁର ଠାରେ ରାସ୍ତା ରୋକ କରିଛନ୍ତି ।

 

Related posts

ପାରିବାରିକ କହଳରୁ ବିଟେକ ଛାତ୍ରୀଙ୍କ ଆତ୍ମହତ୍ୟା

mahabharatanews

ପ୍ରିନ୍ସପାଲଙ୍କ ପିଲାଚୋରୀ

mahabharatanews

କର୍ମଚାରୀଙ୍କୁ ମାରି ଲୁଟିନେଲେ ଲକ୍ଷାଧିକ ଟଙ୍କାର ପାଇପ

mahabharatanews