ଓଡିଶା

ବିଚ୍ଛିନ୍ନାଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ: ପ୍ରଥମ କରି ·ଲିଲା ୱାଟର ଅ ।ମ୍ବୁଲାନ୍ସ

ମାଲକାନଗିରି: ମାଲକାନଗିରି ବିଚ୍ଛିନ୍ନାଞ୍ଚଳବାସୀଙ୍କ ପାଇଁ ଖୁସି ଖବର । ଅନେକ ବର୍ଷ ପରେ ବିକାଶର ସ୍ୱାଦ ·ଖିବେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ବିଚ୍ଛିନ୍ନାଞ୍ଚଳବାସୀ । ଦୀର୍ଘ ବର୍ଷ ଧରି ଲାଗି ରହିଥିବା ସ୍ୱାସ୍ଥ୍ୟ ସେବା ସମସ୍ୟାର ସମାଧାନ ପାଇଁ ପ୍ରଭାବିତ ଦୁର୍ଗମ ଅଞ୍ଚଳରେ ୱାଟର ଅ ।ମ୍ବୁଲାନ୍ସ ସେବା ଅ ।ରମ୍ଭ ହୋଇଛି ।

ମାଲକାନଗିରି ବିଚ୍ଛିନ୍ନାଞ୍ଚଳର ୫ଟି ପଞ୍ଚାୟତର ୧୦୦ରୁ ଊର୍ଦ୍ଧ୍ୱ ଗ୍ରାମରେ ବାସ କରୁଥିବା ହଜାର ହଜାର ଅ ।ଦିବାସୀଙ୍କ ପାଇଁ ସରକାର ଯୋଗାଇଛନ୍ତି ୧୦୮ ୱାଟର ଅ ।ମ୍ବୁଲାନ୍ସ । ପ୍ରତିଦିନ ଏହି ଉନ୍ନତ ମାନର ୧୦୮ ୱାଟର ଅ ।ମ୍ବୁଲାନ୍ସ ଚିତ୍ରକୋଣ୍ଡା ସ୍ପିଲୱେ ଲଞ୍ଚ ଘାଟରୁ ବାହାରି ବିଚ୍ଛିନାଞ୍ଚଳର ଯନ୍ତ୍ରି, ଯୋଡାମ୍ବ, ଅଣ୍ଡ୍ରାପାଲ୍ଲୀ, ପଣସପୁଟ, ଗାଜଲ ମାମୁଡି ପଞ୍ଚାୟତର ସମସ୍ତ ଗ୍ରାମକୁ ଯାତ୍ରା କରିବ । ଏହାସହ ସେଠାରେ ଥିବା ଗର୍ଭବତୀ ମହିଳାଙ୍କ ଠାରୁ ଅ ।ରମ୍ଭ କରି ସମସ୍ତ ରୋଗୀଙ୍କୁ ଲଞ୍ଚ ଘାଟ ପର୍ଯ୍ୟନ୍ତ ଅ ।ଣିବା ପରେ ସେଠାରୁ ଅନ୍ୟ ଅ ।ମ୍ବୁଲାନ୍ସ ଯୋଗେ ଚିତ୍ରକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଅ ।ବଶ୍ୟକ ହେଲେ ମାଲକାନଗିରି ସଦର ଚିକିତ୍ସାଳୟକୁ ଅଣାଯିବ । ଉନ୍ନତମାନର ଏହି ୱାଟର ଅ ।ମ୍ବୁଲାନ୍ସ ପ୍ରଥମ କରି ସରକାର ଯୋଗାଇଛନ୍ତି ୧୦୮ ୱାଟର ଅ ।ମ୍ବୁଲାନ୍ସ ବିଚ୍ଛିନ୍ନାଞ୍ଚଳକୁ ଯୋଗାଇ ଦିଆ ଯାଇଥିବାରୁ ଜଳଘେରରେ ରହିଯାଇଥିବା ଅ ।ଦିବାସୀଙ୍କ ମୁଖରେ ହସ ଫୁଟିଛି ।

Related posts

୧୬ ନମ୍ବର ଜାତୀୟ ରାଜପଥର ଡାହାଣୀଗଡ଼ିଆ ଛକରେ  କଣ୍ଟେନରରେ ନିଆଁ, ୪ ଆହତ

mahabharatanews

ଆସନ୍ତାକାଲିଠୁ ଶୀତ ଅଧିବେଶନ

mahabharatanews

ଆସନ୍ତାକାଲିଠୁ ବଢ଼ିବ ବର୍ଷା, ଆଜି ତିନି ଘଣ୍ଟା ପାଇଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

mahabharatanews