Uncategorized

ଚୀନ ସରକାର ନିର୍ଦ୍ଦେଶରେ ହୋଇଥିଲା ଗଲୱାନ ଆକ୍ରମଣ

ନୂଆଦିଲ୍ଲୀ: ଗଲୱାନରେ ଭାରତ ଓ ଚୀନ ସେନା ମଧ୍ୟରେ ଘଟିଥିବା ସଂଘର୍ଷ ପଛରେ ଚୀନର ନିର୍ଦ୍ଦେଶ ଥିଲା । ଚୀନ ସରକାରର ନିର୍ଦ୍ଦେଶରେ ଭାରତୀ ସେନା ଉପରେ ଆକ୍ରମଣ ହୋଇଥିବା ନେଇ ଆମେରିକୀୟ ଗୁଇନ୍ଦା ରିପୋର୍ଟ ଦେଇଛି । ଚୀନର ଅନେକ ସୈନ୍ୟ ଏହି ସଂଘର୍ଷରେ ପ୍ରାଣ ହରାଇଥିବା ରିପୋର୍ଟରେ ସ୍ପଷ୍ଟ କରାଯାଇଛି।
ଆମେରିକୀୟ ଗୁଇନ୍ଦା ରିପୋର୍ଟ ଅନୁଯାୟୀ, ଚୀନ କମ୍ୟୁନିଷ୍ଟ ପାର୍ଟିର ମୁଖପତ୍ର ଗ୍ଲୋବାଲ ଟାଇମ୍ସ ଗତ ସୋମବାର ଭାରତୀୟ ସୈନ୍ୟଙ୍କ ସହିତ ସଂଘର୍ଷରେ ଚୀନର ୨୦ରୁ କମ୍‌ ସୈନ୍ୟ ପ୍ରାଣ ହରାଇଥିବା ଦର୍ଶାଇଥିଲା। ଚୀନ ବିଶେଷଜ୍ଞମାନଙ୍କ ମତକୁ ଆଧାର କରି ଗ୍ଲୋବାଲ ଟାଇମ୍ସ ଉଲ୍ଲେଖ କରିଥିଲା ଯେ ଚୀନ ସୈନ୍ୟଙ୍କ ମୃତ୍ୟୁ ସଂଖ୍ୟା ପ୍ରକାଶ ନ କରିବା ପଛର କାରଣ ହେଉଛି ବେଜିଂ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଏଡ଼ାଇବାକୁ ଚାହୁଁଛି। ତେବେ ଭାରତ ସରକାର ପୁଣି ଥରେ ଯେପରି ଚାପରେ ରହିବେ ସେଥିଲାଗି ଚୀନ ତା’ର ୨୦ରୁ କମ୍‌ ସୈନ୍ୟ ପ୍ରାଣ ହରାଇଛନ୍ତି ବୋଲି କହୁଥିବା ଗୁଇନ୍ଦା ରିପୋର୍ଟରେ ଦର୍ଶାଯାଇଛି।
ସୂଚନାଯୋଗ୍ୟ, ଗତ ୧୫ ତାରିଖ ରାତିରେ ଲଦାଖର ଗଲୱାନ ଘାଟିରେ ଭାରତ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ଘଟିଥିବା ସଂଘର୍ଷରେ ୨୦ ଭାରତୀୟ ଯବାନ ଶହୀଦ ହୋଇଥିଲେ। ଚୀନର ୩୫ରୁ ଅଧିକ ସୈନ୍ୟ ନିହତ ହୋଇଥିବା ପିଟିଆଇ ସୂତ୍ରରୁ କୁହାଯାଇଥିଲା।

Related posts

ଲଛମନପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ, ଜୋତା ବିତରଣ ଉତ୍ସବ

mahabharatanews

ପରଲୋକରେ ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଉମାଶଙ୍କର

mahabharatanews

ବିଶାଖାପାଟଣା ଫାର୍ମା କମ୍ପାନୀରେ ଅଗ୍ନିକାଣ୍ଡ, ଜଣେ ମୃତ ୪ ଆହତ

mahabharatanews