ଭାରତ

ଜାମ୍ମୁ କାଶ୍ମୀର ସୁରକ୍ଷା ସମୀକ୍ଷା ପାଇଁ ଏଲଜି ଏବଂ ଏନଏସଏଙ୍କ ସହ ଅମିତ ଶାହାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ:କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର (ଏପ୍ରିଲ ୧୩) ଜମ୍ମୁ ଓ କାଶ୍ମୀରର ସୁରକ୍ଷା ସମ୍ପର୍କରେ ଗୃହ ମନ୍ତ୍ରଣାଳୟରେ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ଏନଏସଏ ଅଜିତ ଡୋଭାଲ, ଜମ୍ମୁ ଓ କାଶ୍ମୀର ଏଲଜି ମନୋଜ ସିହ୍ନା, ଗୃହ ସଚିବ ଅଜୟ ଭଲ୍ଲା, ଡିଜିପି ଜମ୍ମୁ ଓ କାଶ୍ମୀର ଦିଲବାଗ ସିଂ ଏବଂ ଏମଏଚ୍ଏ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଜମ୍ମୁ ଓ କାଶ୍ମୀରରେ ଚାଲିଥିବା ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଅମିତ ଶାହାଙ୍କୁ କେନ୍ଦ୍ର ସରକାର ଏବଂ କେନ୍ଦ୍ର ପ୍ରଶାସନର ସୁରକ୍ଷା ଅଧିକାରୀମାନେ ବିସ୍ତୃତ ଉପସ୍ଥାପନା କରିଥିଲେ। ପିଟିଆଇ ସୂତ୍ରରୁ ପ୍ରକାଶ ଯେ କଣ୍ଟ୍ରୋଲ୍ ଲାଇନ୍ ଏବଂ ଆନ୍ତର୍ଜାତୀୟ ସୀମା କଡରେ ଥିବା ପରିସ୍ଥିତି, ସୀମା ଆରପାରିକୁ ଅନୁପ୍ରବେଶ ଉଦ୍ୟମ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ସଦସ୍ୟଙ୍କୁ ଟାର୍ଗେଟ କରିବା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।
ଜମ୍ମୁ ଓ କାଶ୍ମୀରରେ ଟାର୍ଗେଟରେ ହତ୍ୟା ବୃଦ୍ଧି ପାଇଛି
ଗତ ତିନିବର୍ଷ ମଧ୍ୟରେ ଜମ୍ମୁ ଓ କାଶ୍ମୀରରେ ଟାର୍ଗେଟ କିଲିଂ ହତ୍ୟାକାଣ୍ଡର ଅନେକ ଘଟଣା ଘଟିଛି। ସରକାର ସଂସଦକୁ କହିଛନ୍ତି ଯେ ୨୦୧୯ ରେ ଧାରା ୩୭୦ ରଦ୍ଦ ହେବା ପରଠାରୁ ଜୁଲାଇ ୨୦୨୨ ପର୍ୟ୍ୟନ୍ତ ଜମ୍ମୁ କାଶ୍ମୀରରେ ପାଞ୍ଚ ଜଣ କାଶ୍ମୀରୀ ପଣ୍ଡିତ ଏବଂ ୧୬ ଜଣ ହିନ୍ଦୁ ଏବଂ ଶିଖଙ୍କ ସମେତ ୧୧୮ ଜଣ ନାଗରିକଙ୍କୁ ହତ୍ୟା କରାଯାଇଛି।

Related posts

ମା କାଳୀ ଜଣେ ମାଂସ ଖାଉଥିବା, ମଦ୍ୟପାନ କରୁଥିବା ଦେବୀ ବୋଲି ମତ ରଖିଲେ କଂଗ୍ରେସ ସାଂସଦ

mahabharatanews

୩୧ରେ ‘ଏକତା ପାଇଁ ଦୌଡ଼’

mahabharatanews

ଅଚାନକ ଜଳିଗଲା ବସ, ୮ ଜୀବନ୍ତ ଦଗ୍ଧ

mahabharatanews