ମନୋରଞ୍ଜନ

ଅଯୋଧ୍ୟାରେ ପ୍ଲଟ୍‌ କିଣିଲେ ଅମିତାଭ

(ମୁମ୍ବାଇ) : ଘର କରିବାକୁ ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନ ଅଯୋଧ୍ୟାର ‘ଦି ସରଯୁ’ରେ ପ୍ଲଟ୍‌ କିଣିଥିବା ସୂଚନା ମିଳିଛି । ବଚ୍ଚନ କିଣିଥିବା ପ୍ଲଟ୍‌ ବା ଜାଗାର ଆକାର ଓ ମୂଲ୍ୟ ବିଷୟରେ କୌଣସି ସୂଚନା ଦେବାକୁ ‘ଦି ହାଉସ୍‌ ଅଫ୍‌ ଅଭିନନ୍ଦନ ଲୋଢ଼ା’ ମନା କରିଦେଇଛନ୍ତି। କିନ୍ତୁ, ‘ରିୟଲ୍‌ ଇଷ୍ଟେଟ୍‌’ ଶିଳ୍ପସୂତ୍ରରୁ ଜଣାପଡ଼ିଛି ଯେ, ବଚ୍ଚନ ଯେଉଁ ପ୍ଲଟ୍‌ରେ ଘର ତିଆରି କରିବେ ତାହା ପ୍ରାୟ ୧୦,୦୦୦ ବର୍ଗ ଫୁଟ୍‌ ହେବ। ତା’ର ମୂଲ୍ୟ ୧୪.୫ କୋଟି ଟଙ୍କା।

ସୂଚନାନୁଯାୟୀ , ‘ଦି ସରଯୂ’ ୫୧ ଏକର ଜମି ଉପରେ ପରିବ୍ୟାପ୍ତ। ଏହି ପ୍ରକଳ୍ପରେ ଅର୍ଥ ବିନିଯୋଗ ବିଷୟରେ ଅମିତାଭ ବଚ୍ଚନ କହିଛନ୍ତି, ଅଯୋଧ୍ୟା ନଗରୀ ପାଇଁ ମୋ ମନରେ ବିଶେଷ ଶ୍ରଦ୍ଧା ରହିଥିବାରୁ ‘ଦି ହାଉସ୍‌ ଅଫ୍‌ ଅଭିନନ୍ଦନ ଲୋଢ଼ା’ଙ୍କ ‘ଦି ସରଯୂ’ ପାଇଁ ମନ ବଳାଇଲି। ଅଯୋଧ୍ୟାର ଚିରସ୍ଥାୟୀ ଆଧ୍ୟାତ୍ମିକତା ଓ ସାଂସ୍କୃତିକ ସମୃଦ୍ଧି ଏଭଳି ଆବେଗିକ ସମ୍ବନ୍ଧ ସୃଷ୍ଟି କରିଛି ଯାହା ଭୌଗୋଳିକ ସୀମାସରହଦ ମାନେନାହିଁ। ଏହା ହେଉଛି ଅଯୋଧ୍ୟାର ଆବେଗ ମଧ୍ୟକୁ ପ୍ରବେଶ କରିବା ଲାଗି ନିଷ୍ଠାପର ଯାତ୍ରାର ଅୟମାରମ୍ଭ। ଅଯୋଧ୍ୟା, ଯେଉଁଠି ପରମ୍ପରା ଓ ଆଧୁନିକତା ଅବାଧରେ ସହାବସ୍ଥାନ କରନ୍ତି।

Related posts

ରିଲିଜ୍ ହେଲା ‘ଆଦିପୁରୁଷ’ଟ୍ରେଲର

mahabharatanews

କରଣ ଜୋହରଙ୍କୁ ବ୍ରିଟିଶ ସଂସଦ ତରଫରୁ ସମ୍ମାନିତ 

mahabharatanews

ହାତକୁ ଦି ହାତ ହେଲେ ଅରବାଜ ଖାନ

mahabharatanews