ମନୋରଞ୍ଜନ

ହସ୍ପିଟାଲରୁ ଫେରିଲେ ବିଗ ବି 

(ମୁମ୍ବାଇ) : ଆଜି ଅର୍ଥାତ୍ ୧୫ ମାର୍ଚ୍ଚରେ ତାଙ୍କୁ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ଅଭିନେତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି ବୋଲି ସୂଚନା ରହିଛି । ଅଭିନେତା ଅମିତାଭ ବଚ୍ଚନଙ୍କର ଏଞ୍ଜିଓପ୍ଲାଷ୍ଟି ହୋଇଛି । ୮୧ ବର୍ଷିୟ ଅଭିନେତା ଅମିତାଭଙ୍କର ଗୋଡରେ ରକ୍ତ ଜମାଟ ବାନ୍ଧିବା କାରଣରୁ ଏହି ଏଞ୍ଜିଓପ୍ଲାଷ୍ଟି କରାଯାଇଛି । ସାଧାରତଃ ହାର୍ଟ ପାଇଁ ଏଞ୍ଜିଓପ୍ଲାଷ୍ଟି କରାଯାଇଥାଏ ।

ସୂଚନାନୁଯାୟୀ , ବର୍ତ୍ତମାନ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । ନିକଟତମ ସୂତ୍ରରୁ ପ୍ରକାଶ ଯେ ‘ଅମିତାଭ ବଚ୍ଚନଙ୍କୁ ଆଜି ସକାଳେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କର ସଫଳ ଏଞ୍ଜିଓପ୍ଲାଷ୍ଟି ପରେ ଆଜି ତାଙ୍କୁ ଡିସଚାର୍ଜ କରାଯାଇଛି । ନିର୍ଦ୍ଧାରିତ ସମୟରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ, ସୂଚନା ଦେଲେ ବୋର୍ଡ ସଭାପତି କିଛି ସମୟ ପୂର୍ବରୁ ବିଗ୍ ବି ତାଙ୍କ X ଆକାଉଣ୍ଟରେ ଏକ ଟ୍ୱିଟ୍ ମଧ୍ୟ କରିଥିଲେ। ସେ ତାଙ୍କ ଟ୍ୱିଟରେ ଲେଖିଥିଲେ ଯେ ‘ସର୍ବଦା କୃତଜ୍ଞ …’ ତାଙ୍କ ଟ୍ୱିଟରୁ ଜଣାପଡିଛି ଯେ ବିଗ୍ ବିଙ୍କ ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ବର୍ତ୍ତମାନ ଭଲ ଅଛି।

Related posts

କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ପରଲୋକ | ୫୮ ବର୍ଷ ବୟସରେ ଆଖିବୁଜିଛନ୍ତି କମେଡିଆନ ରାଜୁ

mahabharatanews

ଓଟିଟିରେ ଏଣ୍ଟ୍ରି କଲେ ଭାଇଜାନ 

mahabharatanews

କ୍ଷମା ମାଗିଲେ ଫିଲ୍ମ ‘ଆଦିପୁରୁଷ’ ଲେଖକ ମନୋଜ ମୁନ୍ତଶିର୍‌ 

mahabharatanews