ଭୁବନେଶ୍ୱର: ନନ୍ଦନକାନନ ଇତିହାସରେ ପ୍ରଥମଥର ପାଇଁ ଜନ୍ମ ନେଲା ଆନାକୋଣ୍ଡା । ଭୁବନେଶ୍ୱର ସ୍ଥିତ ପ୍ରାଣୀ ଉଦ୍ୟାନରେ ଥିବା ସରୀସୃପ ଉଦ୍ୟାନରେ ଏକ ଅଦ୍ଭୁତ ଘଟଣା ଘଟିଛି । ଏକ ହଳଦିଆ ଆନାକୋଣ୍ଡା ସାପ ଏକ ଶାବକକୁ ଜନ୍ମ ଦେଇଛି । ଆଉ ସବୁଠୁ ଖାସ କଥା ହେଉଛି ନନ୍ଦନକାନନ ଇତିହାସରେ ଏପରି ଘଟଣା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି ।
ସକାଳ ସମୟରେ ପ୍ରାଣୀ ଉଦ୍ୟାନ ଦାୟିତ୍ୱରେ ଥିବା କର୍ମଚାରୀ ମାନେ ଏହା ଦେଖିବା ପରେ କାର୍ଯ୍ୟାଳୟକୁ ସୂଚନା ଦେଇଥିଲେ । ନବ ଜାତକଟିର ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ତାକୁ ଖୁଆଡ଼ରୁ ଅନ୍ୟମାନଙ୍କ ଠାରୁ ଅଲଗା କରି କୃତିମ ଶୀତତାପ ନିୟନ୍ତ୍ରଣ କକ୍ଷରେ ରଖାଯାଇଛି । ପ୍ରସବ ପରେ ବି ମା’ ଆନାକୋଣ୍ଡାର ପେଟ ଫୁଲି ଥିବାରୁ ତା ଗର୍ଭରୁ ଆହୁରି ଶାବକ ବାହାରି ପାରନ୍ତି ବୋଲି କତ୍ତୃପକ୍ଷ ଅନୁମାନ ଲଗାଇଛନ୍ତି । ଉଦ୍ୟାନରେ ଥିବା ଆଉ ଏକ ମାଇ ଆନାକୋଣ୍ଡା ଖୁବ ଶୀଘ୍ର ପ୍ରସବ କରିପାରେ ବୋଲି ଅନୁମାନ କରାଯାଉଛି ।