ନୂଆଦିଲ୍ଲୀ: କୋଟିଆରେ ଆନ୍ଧ୍ର ଚଳିତ ଥର ପଞ୍ଚାୟତ ନିର୍ବାଚନ କରାଇବାକୁ ନେଇ ସୁପ୍ରିମ କୋର୍ଟଙ୍କ ନୋଟିସର ଉତ୍ତର ରଖିଛି ଆନ୍ଧ୍ର । ଏହା ପ୍ରଥମ ନିର୍ବାଚନ ନୁହେଁ, ୧୯୫୨ ମସିହାରୁ କୋଟିଆର ତିନିଟି ଗାଁରେ ଆନ୍ଧ୍ର ନିର୍ବାଚନ କରାଇ ଆସୁଛି । ଆନ୍ଧ୍ର ପ୍ରଦେଶ ବିଜୟନଗରମ୍ ଜିଲ୍ଲାପାଳ ମାଢ଼େ ହରି ଜବହାରଲାଲ୍ ସୁପ୍ରିମ କୋର୍ଟରେ ଦାଖଲ କରିଥିବା ସତ୍ୟପାଠରୁ ଏହା ଜଣାପଡିଛି ।
ସୁପ୍ରିମକୋର୍ଟଙ୍କ ଜବାବର ଉତ୍ତର ରଖିଛି ଆନ୍ଧ୍ର । ସତ୍ୟପାଠରେ କୁହାଯାଇଛି, ୧୯୫୨ ମସିହାରୁ କୋଟିଆର ଗଞ୍ଜେଇବାଦରା, ପାଟୁଚିନ୍ନାଉରୁ, ପଗୁଲୁଚିନ୍ନାଉରୁ ଗାଁରେ ଆନ୍ଧ୍ର ନିର୍ବାଚନ କରାଉଛି । ୨୦୦୬ ଓ ୨୦୧୩ ପଞ୍ଚାୟତ ନିର୍ବାଚନ କରାଇଥିବା ବେଳେ ପ୍ରାର୍ଥୀ ମଧ୍ୟ ଦେଇଛି । ୨୦୧୪ ଓ ୨୦୧୯ ମସିହାର ଭୋଟ୍ର ତାଲିକା, ଭୋଟର ସଂଖ୍ୟା ଭଳି ବିଭିନ୍ନ ତଥ୍ୟକୁ କୋର୍ଟରେ ଦାଖଲ କରାଯାଇଛି। ଏହି ସବୁ ଗାଁ ଆର୍କୁ ସଂସଦୀୟ କ୍ଷେତ୍ରରେ ଯାଉଛି । ଏହି ଅଞ୍ଚଳବାସିନ୍ଦା ଆନ୍ଧ୍ର ସରକାର ପକ୍ଷରୁ ଦିଆଯାଉଥିବା ସୁବିଧା ସୁଯୋଗ ପାଇଆସୁଛନ୍ତି ।
ଏଠି ଗତ ୧୩ ତାରିଖରେ ଆନ୍ଧ୍ର କୋଟିଆରେ ଏହି ସବୁ ଅଞ୍ଚଳରେ ଜୋରଜବରଦସ୍ତ ନିର୍ବାଚନ କରାଇଥିଲା। ଅଦାଲତଙ୍କ ପୂର୍ବ ନିର୍ଦ୍ଦେଶକୁ ଅବମାନନା ପୂର୍ବକ ନିର୍ବାଚନ କରାଇଥିବା ଦର୍ଶାଇ ରାଜ୍ୟ ଓଡିଶା ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । ଆସନ୍ତାକାଲି ଏହି ମାମଲାରେ ହେବ ଶୁଣାଣି ।
Worse than the disease: pitfalls of medical progress. buy cialis Cambridge: Cambridge University Press.
