ଓଡିଶା

ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଅଞ୍ଜନାଙ୍କ ଚିଠି

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ବାରଙ୍ଗ ଗଣଦୁଷ୍କର୍ମ ମାମଲାର ପୀଡିତାଙ୍କ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି । ପୀଡିତା ଅଞ୍ଜନା ମିଶ୍ର ମୁଖ୍ୟବିଚାରପତିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କି ତାଙ୍କ ପାଇଁ କୋର୍ଟ ଜଣେ ଓକିଲ ନିଯୁକ୍ତ କରନ୍ତୁ । ସେ ତାଙ୍କ ଚିଠିରେ ବିଚାରପତିଙ୍କୁ ନ୍ୟାୟ ଭିକ୍ଷା କରିବା ସହ ନିଜ ଆର୍ଥିକ ଦୁର୍ବଳତା ସମ୍ପର୍କରେ ଜଣାଇବା ସହ ଦୀର୍ଘ ୨୨ ବର୍ଷ ଧରି ଅପେକ୍ଷା କରିଥିବା ଷଡଯନ୍ତ୍ରର ପର୍ଦ୍ଦାଫାସ କରିବାକୁ କରିଛନ୍ତି ଅନୁରୋଧ ।
୧୯୯୯ ମସିହାରେ ଅଞ୍ଜନା ମିଶ୍ରଙ୍କୁ ସେ କଟକ ଯାଉଥିବା ସମୟରେ ଗଣବଳାକ୍ରାର କରାଯାଇଥିଲା । ତାଙ୍କ ଗାଡିକୁ ଅଟକାଇ ବାରଙ୍ଗ ଲେବଲ କ୍ରସିଂ ନିକଟରେ ୩ ଜଣ ଗଣବଳାକ୍ରାର କରିଥିଲେ । ଏହି ଘଟଣାରେ ପୂର୍ବରୁ ୨ ଅଭିଯୁୁକ୍ତ ଗିରଫ ହୋଇଥିବା ବେଳେ ଚଳିତ ବର୍ଷ ଫେବୃଆରୀ ମାସରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ପୁଣେରୁ ଗିରଫ କରାଯାଇଥିଲା । ଏହି ଘଟଣାରେ ତକ୍ରାଳୀନ ମୁଖ୍ୟମନ୍ତ୍ରୀଙ୍କ ହାତ ଥିବା ନେଇ ଘଟଣାଟି ସେତେବେଳେ ହଇଚଇ ସୃଷ୍ଟି କରିଥିଲା । ଏହା ପଛରେ ବିଧିବଦ୍ଧ ଏକ ଷଡଯନ୍ତ୍ର ହୋଇଥିଲା ବୋଲି ଅଞ୍ଜନା ଅଭିଯୋଗ କରିଆସୁଛନ୍ତି । ତେବେ ବର୍ତ୍ତମାନ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିବାରୁ ଷଡଯନ୍ତ୍ର ପଛର କାରଣ ଜଣାପଡିବ ବୋଲି ସେ ଆଶାବାଦୀ ଅଛନ୍ତି । ତେଣୁ ନ୍ୟାୟ ପାଇଁ ତାଙ୍କ ଦୀର୍ଘ ୨୨ ବର୍ଷର ଅପେକ୍ଷାର ଅନ୍ତ ଘଟଣାଇ ହାଇକୋର୍ଟ ତାଙ୍କୁ ନ୍ୟାୟ ଦେବାକୁ ତଥା ବର୍ତ୍ତମାନ ତାଙ୍କ ଆର୍ଥିକ ସ୍ଥିତି ଭଲ ନ ଥିବାରୁ ଜଣେ ଓକିଲ ନିଯୁକ୍ତ କରିବାକୁ ଅଞ୍ଜନା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି ।

Related posts

ରାଉରକେଲା ହେଉଛି ଆଶାର ସହର: ମୁଖ୍ୟମନ୍ତ୍ରୀ

mahabharatanews

ଆସନ୍ତା କାଲି ପ୍ରକାଶ ପାଇବ +୨କଳା ଏବଂ ଧନ୍ଦାମୂଳକ ରେଜଲ୍ଟ

mahabharatanews

ପୁଣି ରକ୍ତମୁଖା ହୋଇଛି ଲାଲବାହିନୀ

mahabharatanews