(ହରପ୍ରସାଦ ବିଶୋଇ)ଭୁବନେଶ୍ୱର: ହାଇଦ୍ରାବାଦ ଗଣଦୁଷ୍କର୍ମ ମାମଲାରେ ଆଜି ବଢ ପଦକ୍ଷେପ ନେଇଛି ତେଲେଙ୍ଗାନା ପୋଲିସ । ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ପୋଡି ଦେଇଥିବା ୪ ଅପରାଧୀଙ୍କୁ ଆଜି ପୋଲିସ ଏନକାଉଣ୍ଟର କରିଛି। ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା ଦୁଷ୍କର୍ମକାରୀଙ୍କ ବିରୋଧରେ କଠୋର ଦଣ୍ଡ ବିଧାନର ଆଵଶ୍ୟକତା ରହିଛି କ୍ଷ ହାଇଦ୍ରାବାଦ ରେ ଯେଉଁ ଏନକାଉଣ୍ଟର ହୋଇଛି ତାହା ଯୁକ୍ତିଯୁକ୍ତ । ଏହା ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା । ଅଭିଯୁକ୍ତ ମାନେ ପୋଲିସ ହାତରୁ ଖସିଯିବାକୁ ଉଦ୍ୟମ କରୁଥିଲେ। ଦୁଷ୍କର୍ମକୁ ନେଇ ଅନେକ ଦେଶରେ କଠୋର ଆଇନ ପ୍ରଣୟନ ହୋଇଛି, ଆମ ଦେଶରେ ମଧ୍ୟ୍ୟ ଅଭିଯୁକ୍ତଙ୍କୁ ଦଣ୍ଡ ବିଧାନ ପାଇଁ କଠୋର ଆଇନ ପ୍ରଣୟନ କରିବାର ଆବଶ୍ୟକ ।
ଏହା ସହ ଏହି ଘଟଣାକୁ ନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ ପ୍ରତିକ୍ରିୟା ଦେଇଛନ୍ତି ଏଭଳି ଦୋଷୀଙ୍କୁ ସଫା କରିଦେବା ଦରକାର କ୍ଷ ମୁଁ ହାଇଦ୍ରାବାଦ ସରକାରଙ୍କୁ ଧନ୍ୟବାଦ ଦେବି କ୍ଷ ଓଡ଼ିଶାରେ ଏଭଳି କରିବାର ଆବଶ୍ୟକତା ରହିଛି କ୍ଷ ଏହା ସହ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ କହିଛନ୍ତି ମହିଳା ମାନଙ୍କ ଉପରେ ଘଟୁଥିବା ଘଟଣା ନିନ୍ଦୀୟ ଘଟଣା । ପୂରା ଭାରତ ବର୍ଷ ଏହାକୁ ନିନ୍ଦା କରୁଛି ।
ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତମାନେ ପୁଲିସ କବଳରୁ ଖସି ପଳାଉଥିବା ବେଳେ ପୁଲିସ ତାଙ୍କୁ ଏନକାଉଂଟର କରିଛି । ତେବେ ହାଇଦ୍ରାବାଦ ୪୪ ନମ୍ବର ଜାତୀୟ ରାଜପଥରେ ଗତକାଲି ରାତି ୩ଟାରେ ଏଭଳି ଘଟଣା ଘଟିଥିବା ଜଣାପଡିଛି । ତଦନ୍ତ ପାଇଁ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇଥିଲା ପୁଲିସ । ସେହି ସମୟରେ ଅଭିଯୁକ୍ତମାନେ ପୁଲିସ କବଳରୁ ଖସି ପଳାଇବାକୁ ଉଦ୍ୟମ କରିଥିଲେ । ପୁଲିସ ସେମାନଙ୍କୁ ଧରିବା ପାଇଁ ଚେଷ୍ଟା କରୁଥିବା ବେଳେ ଦୁଷ୍କର୍ମକାରୀମାନେ ପୁଲିସ ଉପରକୁ ପଥର ମାଡ କରିଥିଲେ । ତେଣୁ ବାଧ୍ୟ ହୋଇ ଚେତନାପାଲୀର ଓଭରବ୍ରିଜ ପାଖରେ ପୁଲିସ ସେମାନଙ୍କୁ ଏନକାଉଂଟର କରିଛି । ତେବେ ଅଭିଯୁକ୍ତଙ୍କ ମୃତ୍ୟୁ ନେଇଉ ସ୍ପଷ୍ଟ କରିଛନ୍ତି ତେଲେଙ୍ଗାନା ପୁଲିସ କମିଶନର । ଗତ ସପ୍ତାହରେ ଡାକ୍ତରାଣୀ ଘରକୁ ଫେରୁଥିବା ବେଳେ ତାଙ୍କୁ ଯୋଜନବଦ୍ଧ ଭାବେ ଅଭିଯୁକ୍ତମାନେ ଗଣଦୁଷ୍କର୍ମ କରିଥିଲେ । ଦୁଷ୍କର୍ମକାରୀ ଯୁବତୀଙ୍କୁ ଜୋରଜବରଦସ୍ତ ମଦ ପିଆଇ ତାଙ୍କ ସହ ଦୁଷ୍କର୍ମ କରିବା ପରେ ଏକ ଟ୍ରକରେ ନେଇ ଅନ୍ୟଏକ ସ୍ଥାନରେ ପୋଡି ଦେଇଥିଲେ ।