ଓଡିଶାରାଜନୀତି

ଖୁବ୍ ଶୀଘ୍ର ନୂଆ ତାଲିକା, ଆଉ ୮ଲକ୍ଷ ହିତାଧିକାରୀ ପାଇବେ ରାସନକାର୍ଡ

ଆପଣ ବି ରାସକାର୍ଡ ପାଇଁ ଆବେଦନ କରିଛନ୍ତି କି ? ଏଥର ଆପଣଙ୍କର ରାସକାର୍ଡ ହୋଇଯିବାର ଅନେକ ସମ୍ଭାବନା ରହିଛି । କାରଣ ମାସକ ମଧ୍ୟରେ ହିତାଧିକାରୀଙ୍କୁ ମିଳିପାରେ ରାସନ କାର୍ଡ। ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି । ପ୍ରାୟ ୮ ଲକ୍ଷ ନୂଆ ହିତାଧିକାରୀ ନୂଆ ରାସନ କାର୍ଡ ପାଇପାରନ୍ତି।

ସେ କହିଛନ୍ତି, ଏବେ ସୁଦ୍ଧା ରାଜ୍ୟରେ ମୋଟ ୬ ଲକ୍ଷ ୧୯ ହଜାର ୮୩୬ ପରିବାର ରାସନ କାର୍ଡ ପାଇଁ ଆବେଦନ କରି ଅପେକ୍ଷାରେ ଅଛନ୍ତି । ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନୂଆ ହିତାଧିକାରୀ ଚୟନ ନିମନ୍ତେ ସରକାର ୧୨ଟି ‘ସ୍ୱତଃ ଯୋଗ ହେବା’ମାନଦଣ୍ଡ ଓ ୧୦ଟି ‘ବାଦ ଦେବା’ ମାନଦଣ୍ଡ ନିର୍ଦ୍ଧାରଣ କରିଛନ୍ତି।

ହିତାଧିକାରୀଙ୍କ ତଥ୍ୟାବଳୀକୁ ସ୍ବଚ୍ଛ ଓ ପାରଦର୍ଶୀ କରିବା ଉଦ୍ଦେଶ୍ୟରେ ଇ-କେୱାଇସି ଯାଞ୍ଚ କରିବାକୁ ପଦକ୍ଷେପ ନିଆଯାଇଛି । ଏହି ଯାଞ୍ଚ ପରେ ନୂଆ ରାସନକାର୍ଡ ଯୋଗାଇଦେବା ପ୍ରକ୍ରିୟା ଆରମ୍ଭ ହେବ ।

Related posts

ବିଦ୍ୟୁତ ଆଘାତରେ ୧ ମୃତ

mahabharatanews

ବିକ୍ଷୋଭ ପାଇଁ ଅଟକ ରହିଲା ଆମ୍ବୁଲାନ୍ସ

mahabharatanews

ଗ୍ୟାସ ଲିକ୍ରୁ ଅଗ୍ନିକାଣ୍ଡ ୬ ବଖରା ଭସ୍ମ, ମହିଳା ଜୀବନ୍ତ ଦଗ୍ଧ

mahabharatanews