ଓଡିଶା

କେଶରୀ ମଲରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ଶୁକ୍ରବାର ରାତି ପ୍ରାୟ ଦଶଟା ସମୟରେ ଭୁବନେଶ୍ୱର ଦୁଇ ନମ୍ବର ୟୁନିଟ ସ୍ଥିତ ମାର୍କେଟ ବିଲ୍ଡିଂଗ ପାର୍ଶ୍ୱରେ ଥିବା କେଶରୀ ମଲ ରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିବାରୁ ମଲ ରେ ଥିବା ଦୋକାନୀ ମାନଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା।ଖବର ପାଇ ତୁରନ୍ତ କଳ୍ପନା ଛକ ସ୍ଥିତ ଅଗ୍ନିଶମ କେନ୍ଦ୍ର ରୁ ଦୁଇଟି ଗାଡି ପହଂଛି ନିଆଙ୍କୁ ଆୟତ କରିଥିଲେ।

ତେଣୁ ନିଆଁ ବିଶେଷ ଭାବେ ବ୍ୟାପି ପାରି ନଥିଲା।କୌଣସି ଦୋକାନ ର ବିଶେଷ କ୍ଷୟକ୍ଷତି ହୋଇଥିବା ଜଣା ପଡ଼ିନାହିଁ।ରିପୋର୍ଟ ଲେଖା ହେବା ବେଳକୁ ନିଆଁ କୁ ଆୟତ କୁ ଅଣାଯାଇଥିଲେ ମଧ୍ୟ ମଲ ଭିତରେ ପ୍ରବଳ ଧୂଆଁ ଯୋଗୁ ଭିତରେ ପ୍ରବେଶ କରି ନିଆଁ କୁ ଲିଭାଇବା କଷ୍ଟକର ହୋଇଥିଲା।ଅଗ୍ନିକାଣ୍ଡର ସଠିକ କାରଣ ଜଣା ପଡି ନଥିଲେ ମଧ୍ୟ A/C ରୁ ସର୍ଟ ସର୍କିଟ ହୋଇ ଥିବା ଅନୁମାନ କରାଯାଉଛି।ଖବର ପାଇ ସ୍ଥାନୀୟ ବିଧାୟକ ଓ ଭୁବନେଶ୍ୱର ମୁନିସିପାଲ କର୍ପୋରେସନ ର ମେୟର ସୁଲୋଚନା ଦାସ ଘଟଣା ସ୍ଥଳ ରେ ପହଂଛି ନିଅଁଲିଭା କାର୍ଯ୍ୟର  ତଦାରଖ କରିଥିଲେ।

 

Related posts

ଆଜିଠୁ ମା’ ବିମଳାଙ୍କର ଷୋଡ଼ଶଦିନାତ୍ମକ ପୂଜା 

mahabharatanews

୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

mahabharatanews

୨ୟ ବବି ଦାସ !

mahabharatanews