ଓଡିଶା

୩ ଜୁଲାଇ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବ

(ଭୁବନେଶ୍ୱର) : ଲଘୁଚାପ ମୌସୁମୀ ବାୟୁ ପ୍ରବାହ ‌ଯୋଗୁଁ, ଗତ ୫ ଦିନ ହେଲା ରାଜ୍ୟରେ ବର୍ଷା ଲାଗି ରହିଥିଲା। ଏହାପରେ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ଆସନ୍ତା ୬ ଦିନ ଅର୍ଥାତ ୩ ଜୁଲାଇ ଯାଏ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ। ରାଜ୍ୟରେ ଲଘୁଚାପ ପ୍ରଭାବରେ ଆଜି ଯାଏ ଭଲ ବର୍ଷା ହୋଇଥିବା ବେଳେ ଏବେ ଲଘୁଚାପଟି ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି କେନ୍ଦ୍ରୀୟ ଓ ଉତ୍ତର ଭାରତରେ ପ୍ରବଳ ବର୍ଷା କରାଇବ। ଆସନ୍ତାକାଲି ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଆଦି ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।  ମୌସୁମୀ ବାୟୁ ମଧ୍ୟ ଦୁର୍ବଳ ହୋଇଯିବ। ଫଳରେ ରାଜ୍ୟରେ ପାଗ ଖରାଟିଆ ରହିବା ସହ ଦିନ ତାପମାତ୍ରା ବଢ଼ିବ ବୋଲି ଜଣାପଡ଼ିଛି।

Related posts

ବରଗଡ଼ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 

mahabharatanews

୧୧ କେଭି ତାର ଲାଗି ଚାଷୀ ମୃତ

mahabharatanews

ପ୍ରଧାନ ଶିକ୍ଷୟତ୍ରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ

mahabharatanews