ଓଡିଶା

କଲେରା ଝାଡାବାନ୍ତିରେ ଆଉ ଜଣଙ୍କର ମୃତ୍ୟୁ

ରାୟଗଡା: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ବିଭିନ୍ନ ଗାଁମାନଙ୍କରେ ବ୍ୟାପିଥିବା ହଇଜା ଉଗ୍ର ହେବାରେ ଲାଗିଛି। ଆଜି ଭୋରରୁ ଆଉ ଜଣେ ହଇଜା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଡେଙ୍ଗାଗୁଡା ଗ୍ରାମର ଅର୍ଜୁନ ମାଝୀ (୫୦)ବୋଲି ଜଣାପଡିଛି। ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୯ ହୋଇଛି। ବର୍ତ୍ତମାନ ମଧ୍ୟ ଶତାଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ଘଟଣାରୁ ପ୍ରକାଶ ଯେ, ଗତ କିଛି ଦିନ ହେବ ଅର୍ଜୁନ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ମେଡିକାଲ ଚିକିତ୍ସା ପରେ ସେ ଘରକୁ ଗତକାଲି ଫେରିଥିଲେ। ତେବେ ଆଜି ଭୋରରୁ ତାଙ୍କର ମୃତ୍ୟୁ ଘଟିଛି। ଏଥିସହ ଡେଙ୍ଗାଗୁଡା ଗ୍ରାମରେ ଆହୁରି ୫ ଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଅପରପକ୍ଷରେ ହଇଜା ସ୍ଥିତି ଅନୁଧ୍ୟାନ ପାଇଁ ଆଜି ଆସୁଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଏବଂ ଆଇନ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା। ଦୁଇ ମନ୍ତ୍ରୀ ଆଜି ପ୍ରଭାବିତ ଗ୍ରାମ ପରିଦର୍ଶନ କରିବେ ବୋଲି ଜଣାପଡିଛି।
ଆରଏମଆରସିକୁ ନମୁନା ପରୀକ୍ଷା ପାଇଁ ପଠାଯିବା ପରେ ଭିବ୍ରିଓ କଲେରା ଭୂତାଣୁ ଚିହ୍ନଟ ହୋଇଥିବା ଜଣାପଡିଛି। ଭିବ୍ରିଓ କଲେଜା ଭୂତାଣୁ ଯୋଗୁ ହଇଜା ବ୍ୟାପୁଥିବା ଜଣାପଡିଛି। ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ବର୍ତ୍ତମାନ ସୁଦ୍ଧା ୭୦ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଗତ ୧୫ ବର୍ଷ ତଳେ ଅର୍ଥାତ ୨୦୦୭ରେ ହଇଜାରେ ୮୦ରୁ ଊର୍ଦ୍ଧ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ତେବେ ଆଗକୁ ଯେମିତି ମୃତ୍ୟୁ ସଂଖ୍ୟା ନ ବଢିବ ସେଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଉଛି। ପାନୀୟ ଜଳକୁ ପିଇବା ଉପଯୋଗୀ କରିବା ଲାଗି ଗ୍ରାମ୍ୟ ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି। କାଶୀପୁରରେ ୫ ଦିନ ଧରି ପ୍ରବଳ ବର୍ଷା ଫଳରେ ପାନୀୟ ଜଳରେ ଭୂତାଣୁ ଓ ବ୍ୟକ୍ଟେରିଆ ସୃଷ୍ଟି ହୋଇଥିବା ଜଣାପଡିଛି।

Related posts

ଗସ୍ତର ଅନ୍ତିମ ଦିନରେ ସମ୍ବଲପୁର ଯିବେ ମହାମହିମ 

mahabharatanews

ଅବ୍ୟବସ୍ଥା ଘେରରେ ବିଷ୍ଣୁପୁର ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ

mahabharatanews

ସମ୍ପନ୍ନ ହେଲା ରଥଯାତ୍ରା

mahabharatanews