ଓଡିଶା

ରାଷ୍ଟ୍ରବାଦୀ ଯୁବଶକ୍ତି ପରିଷଦ ପକ୍ଷରୁ ନିଶାମୁକ୍ତ ସଂକଳ୍ପ ସମାବେଶ ଅନୁଷ୍ଠିତ

ନୟାଗଡ଼ ଖଣ୍ଡପଡା ନିର୍ବାଚନ ମଣ୍ଡଳୀରେ ରାଷ୍ଟ୍ରବାଦୀ ଯୁବଶକ୍ତି ପରିଷଦ ପକ୍ଷରୁ ନିଶାମୁକ୍ତ ସମାଜ ନିମନ୍ତେ ସଂକଳ୍ପ ସମାବେଶ  ଅନୁଷ୍ଠିତ ହୋଇ ଯାଇଛି। ନିଶାମୁକ୍ତ ସମାଜ ଗଠନ ପାଇଁ ଯୁବକ ମାନେ ହନୁମାନ ଚାଳିଶା ଗାଇବା ସହ  ନିଶାମୁକ୍ତ ସଂକଳ୍ପ ନେଇଛନ୍ତି। ଏଥି ସହିତ ରାଷ୍ଟ୍ର ନିର୍ମାଣ ଦିଗରେ ସକ୍ରିୟ ସହଯୋଗ ପାଇଁ ଅଣ୍ଟା ଭିଡ଼ିଛନ୍ତି। ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର   ୨ ହଜାରରୁ ଊର୍ଦ୍ଧ୍ଵ ଯୁବକ ଯୋଗ ଦେଇଥିଲେ। ଏଭଳି ଅଭିନବ କାର୍ଯ୍ୟକ୍ରମ ଜରିଆରେ ଆଗକୁ ପ୍ରତି ଗାଁରେ ନିଶାମୁକ୍ତ ନିମନ୍ତେ ସଚେତନତା ଯାତ୍ରା କରାଯିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ଏହି ଯୁବପିଢୀ ପରମ୍ପରା ଓ ଐତିହ୍ୟକୁ ସୁରକ୍ଷା କରିବା ଦିଗରେ ମଧ୍ୟ କାମ କରିବେ। ରାଷ୍ଟ୍ରବାଦୀ ଯୁବଶକ୍ତି ପରିଷଦ ପକ୍ଷରୁ ନିଶାମୁକ୍ତ ସମାଜ ଗଠନ ନେଇ ଖଣ୍ଡପଡ଼ା ବ୍ଲକ ବନମାଳିପୁର ଗ୍ରାମର ପଞ୍ଚୁଦୋଳ ମେଳଣ ପଡିଆରେ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କ ଆବାହକତ୍ବରେ ଆୟୋଜିତ ଏହି ସମାବେଶରେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀର ୪୨ ଟି ପଞ୍ଚାୟତରୁ ପ୍ରାୟ ୨୦୦୦ ରୁ ଊର୍ଦ୍ଧ୍ବ ଯୁବକ ଯୋଗ ଦେଇଥିଲେ। ଯୁବଶକ୍ତି ପରିଷଦର ସଭାପତି ଶୁଭେନ୍ଦୁ କୁମାର ସାହୁ, ସିନେ ତାରକା ବବି ମିଶ୍ର ଯୋଗ ଦେଇ ନିଶାମୁକ୍ତ ସମାଜ ଗଠନ ଦିଗରେ ଯୁବପିଢ଼ିଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବା କହିଛନ୍ତି। ଏଥିପାଇଁ ଯୁବକ ମାନେ ସଚେତନ ହେବାକୁ ସେ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ଯୁବକ ମାନେ ସାମୁହିକ ହନୁମାନ ଚାଳିଶା ପଠନ ସହ ହିନ୍ଦୁ ପର୍ବ ପର୍ବାଣିରେ ନିଶାଦ୍ରବ୍ୟ ସଂପୂର୍ଣ୍ଣ ରୁପେ ବର୍ଜନ କରିବା ନେଇ ସମସ୍ତେ ସଂକଳ୍ପ ନେଇଥିଲେ।

Related posts

କିନ୍ନରଙ୍କ ପାଇଁ ସରକାରଙ୍କ ନୂଆ ଯୋଜନା ‘ସ୍ବୀକୃତି’

mahabharatanews

ଦିଲ୍ଲୀରେ ମଦ ଉପରେର ୭୦% କରୋନା ଟିକସ ଲାଗୁ

mahabharatanews

ଶୀତଦିନରେ ଘାରିଲାଣି ବର୍ଷାର ଭୟ , ଛାନିଆ ହେଲେଣି ଚାଷୀ

mahabharatanews