ପ୍ରଯୁକ୍ତି

ଆଣ୍ଟି ରେଡିଏସନ କ୍ଷେପଣାସ୍ତ୍ର ପରୀକ୍ଷଣ ସଫଳ

ନୂଆଦିଲ୍ଲୀ: ଏଲଏସିରେ ଚୀନ ଓ ଏଲଓସିରେ ପାକିସ୍ତାନ ସହ ତିକ୍ତତାକୁ ଦୃଷ୍ଟିରେ ରଖି ଭାରତ ନିଜ ସୁରକ୍ଷାକୁ ସୁଦୃଢ କରିବାରେ ଲାଗିଛି । ଗତକାଲି ଭାରତ ଆଉ ଏକ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ଆଣ୍ଟି-ରେଡିଏସନ୍ କ୍ଷେପଣାସ୍ତ୍ରକୁ ବିକଶିତ କରିଛି । ଏହି କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷା କରାଯାଇଛି। ୩ ଅକ୍ଟୋବରରେ ଶୌର୍ୟ୍ୟ କ୍ଷେପଣାସ୍ତ୍ର ପରୀକ୍ଷଣ ପରେ ଏହା ଏକ ବଡ଼ ସଫଳତା । ସେପ୍ଟେମ୍ବର ୭ ରେ, ଭାରତ ହାଇପରସୋନିକ୍ ଟେକ୍ନୋଲୋଜି ପ୍ରଦର୍ଶନକାରୀ ଯାନ (ଏଚଏସଟିଡିଭି) ପରୀକ୍ଷା କରିଥିଲା । ଏହା ଶବ୍ଦର ଧ୍ୱନୀଠାରୁ ପାଞ୍ଚ ଗୁଣ ଅଧିକ ବେଗରେ ଗତି କରିପାରେ । ୩୦ସେପ୍ଟେମ୍ବରରେ ବ୍ରହ୍ମୋସ୍ ସୁପରସୋନିକ୍ କ୍ଷେପଣାସ୍ତ୍ରର କ୍ରୁଜ୍ ସଂସ୍କରଣ ପରୀକ୍ଷା କରାଯାଇଥିଲା, ଯାହାର ପରିସର ୪୦୦ କିଲୋମିଟରକୁ ବୃଦ୍ଧି କରାଯାଇଛି ।

Related posts

ଖରାପ ପାଗ ଯୋଗୁ ସ୍ଥଗିତ ହେଲା ନାସାର ମିଶନ ମଙ୍ଗଳ

mahabharatanews

ଭାରତୀୟ ଟିକା ‘କୋଭାକ୍ସିନ’ର ଦ୍ବିତୀୟ ପର୍ୟ୍ୟାୟ ଟ୍ରାଏଲ ପାଇଁ ମିଳିଛି ମଞ୍ଜୁରି

mahabharatanews

ଆୟୁଷ୍ମାନ କାର୍ଡରେ ବଡ ପରିବର୍ତ୍ତନ କରୁଛନ୍ତି ସରକାର ଏପରି ନକଲେ କଟିଯିବ ଆୟୁଷ୍ମାନ କାର୍ଡ ।

mahabharatanews