ଓଡିଶା

ଅନୁ, ଶାଶ୍ୱତଙ୍କୁ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର: ଆଇଏଏସସ୍ତରରେ ଏକ ଛୋଟ ଧରଣର ଅଦଳବଦଳ । ରାଜ୍ୟପାଳଙ୍କ ସଚିବ ତଥା ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ତଥା ଡ. ପ୍ରମୋଦ କୁମାର ମେହେର୍ଦ୍ଦାଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ ରିଲିଭ୍ କରାଯାଇଛି। ସେ ଜାତୀୟ ଖାଦ୍ୟ ସୁରକ୍ଷା ମିଶନ (ଏନ୍ଏଫ୍ଏସ୍ଏମ୍)ର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି । ଜଳ ସମ୍ପଦ ସଚିବ ଅନୁ ଗର୍ଗଙ୍କୁ ମେହେର୍ଦ୍ଦାଙ୍କ ସ୍ଥାନରେ ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ସେହିପରି ବରିଷ୍ଠ ଆଇଏଏସ୍ ଶାଶ୍ୱତ ମିଶ୍ରଙ୍କୁ ରାଜ୍ୟପାଳଙ୍କ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ସେ ଏବେ ଉଚ୍ଚଶିକ୍ଷା ବିଭାଗର ସଚିବ କାର୍ଯ୍ୟ ତୁଲାଇଛନ୍ତି।

Related posts

ସହାୟତା ନେଇ ଦାବି ପତ୍ର ପ୍ରଦାନ କଲେ ମା’ଶ୍ୟାମଳାଇ ଅଟୋ ମାଲିକ ସଂଘ

mahabharatanews

ବିଶ୍ୱପ୍ରସିଦ୍ଧ ରଥଯାତ୍ରା: ଆଉ ମାତ୍ର ୧୪ଦିନ   

mahabharatanews

ଆସନ୍ତା ୪ ଦିନ ପ୍ରବଳ ବର୍ଷା ସମ୍ଭାବନା, ଓ୍ଵାର୍ଣ୍ଣିଂ ଜାରି

mahabharatanews