(ଦିଲ୍ଲୀ) : ଭାରତୀୟ ଜନତା ପାର୍ଟିରେ ଯୋଗ ଦେଲେ ଜଣାଶୁଣା ଟେଲି ଅଭିନେତ୍ରୀ ରୂପାଲି ଗାଙ୍ଗୁଲି । ରୂପାଲି ବର୍ତ୍ତମାନ ଅନୁପମା ସିରିଏଲର ଏକ ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ବେଳେ ତାଙ୍କ ଲୋକପ୍ରିୟତା ଆକାଶଛୁଆଁ ରହିଛି। ରୁପାଲିଙ୍କ ସହ ଫିଲ୍ମ ନିର୍ଦ୍ଦେଶକ ଅମୟ ଯୋଶୀ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି।
ସୂଚନାନୁଯାୟୀ , ସେ ବିଜେପିର ଦିଲ୍ଲୀ ମୁଖ୍ୟାଳୟରେ ପହଞ୍ଚି ଦଳର ସଦସ୍ୟତା ଗ୍ରହଣ କରିଥିଲେ। ବିଜେପିରେ ସାମିଲ ହୋଇ ଅଭିନେତ୍ରୀ କହିଥିଲେ ଯେ, ଯେତେବେଳେ ମୁଁ ବିକାଶର ଏହି ମହାଯଜ୍ଞକୁ ଦେଖିଲି, ସେତେବେଳେ ମୁଁ ଅନୁଭବ କଲି ଯେ ମୁଁ ମଧ୍ୟ ଏଥିରେ ଭାଗ ନେବା ଉଚିତ୍। ମୁଁ ଆପଣଙ୍କ ଆଶୀର୍ବାଦ ଏବଂ ସମର୍ଥନ ଆବଶ୍ୟକ କରେ। ମୁଁ ଯାହା ବି କରିବି ତାହା ଠିକ୍ ଏବଂ ଭଲ ହେବା ଉଚିତ୍।
