(ଉତ୍ତରପ୍ରଦେଶ) : ଲୋକ ସଭା ନିର୍ବାଚନର ତାରିଖ ଘୋଷଣା କରାଯାଇଛି । ଉତ୍ତରପ୍ରଦେଶର ୮୦ଟି ଆସନରେ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ । ସେପଟେ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୂଲାୟମ ସିଂ ଯାଦବଙ୍କ ବୋହୂ ତଥା ଭାଜପା ନେତା ଅପର୍ଣ୍ଣା ଯାଦବ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି ।
ସୂଚନାନୁଯାୟୀ , ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସହ ଅପର୍ଣ୍ଣା ଯାଦବଙ୍କ ସାକ୍ଷାତ ପରେ ୟୁପିରେ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି । ଅପର୍ଣ୍ଣାଙ୍କୁ ୟୁପିର ଯେକୌଣସି ଆସନରୁ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ । ଅପର୍ଣ୍ଣା ଯାଦବ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ସିଏମ ଯୋଗୀଙ୍କ ସହ ତାଙ୍କର ସାକ୍ଷାତ ଫଟୋ ମଧ୍ୟ ଶେୟାର କରିଛନ୍ତି । ସେ ଏହି ବୈଠକକୁ କେବଳ ସୌଜନ୍ୟମୂଳକ ବୋଲି ବର୍ଣ୍ଣନା କରିଛନ୍ତି । ତେବେ ସିଏମ ଯୋଗୀ ଏବଂ ଅପର୍ନା ଯାଦବଙ୍କ ମଧ୍ୟରେ ହୋଇଥିବା ବୈଠକର ଏହି ଫଟୋ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହାପୂର୍ବରୁ ଅପର୍ଣ୍ଣା ଯାଦବ ଭାଜପାର ଜାତୀୟ ସାଧାରଣ ସମ୍ପାଦକ ସୁନୀଲ ବଂଶଲଙ୍କୁ ଭେଟିଥିଲେ ।