ଭାରତ

ଭାଙ୍ଗିଲା ରାଘବ ଚଢାଙ୍କ ନିରବତା

(ଦିଲ୍ଲୀ) : କେଜ୍ରୱାଲଙ୍କୁ ଜାମିନ ମିଳିବା ପରେ ଆପର ରାଜ୍ୟ ସଭା ଏମପି ରାଘବ ଚଢା ତାଙ୍କ ନିରବତାକୁ ଭାଙ୍ଗି କିଛି ହୃଦୟସ୍ପର୍ଶୀ କଥା କହିଛନ୍ତି । ସେ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ହେତୁ ପ୍ରତ୍ୟେକ ଦେଶବାସୀଙ୍କ ଆଖି ଖୁସିରେ ଓଦା ହୋଇଯାଇଛି । ରାଘବ ଚଢା କହିଛନ୍ତି- ପ୍ରତ୍ୟେକ ଦେଶବାସୀଙ୍କ ଆଖି ଖୁସିର ଲୁହରେ ଭିଜି ଯାଇଛି । ତାଙ୍କ ଭାଇ ଅରବିନ୍ଦ କେଜରିୱାଲ ଜେଲରୁ ବାହାରକୁ ଆସିବାକୁ ଯାଉଛନ୍ତି । ଆଜି ସାରେ ଜେଲର ତାଲା ଭାଙ୍ଗିଯିବ, କେଜରିୱାଲଙ୍କୁ ମୁକ୍ତ କରାଯିବ । ଗଣତନ୍ତ୍ରର ସୁରକ୍ଷା ପାଇଁ ମାନ୍ୟବର ସୁପ୍ରିମକୋର୍ଟଙ୍କୁ ହୃଦୟରୁ କୃତଜ୍ଞତା ।

ସୂଚନାନୁଯାୟୀ , କେଜ୍ରିୱାଲଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଅନ୍ତରୀଣ ଜାମିନ ଆବେଦନ ଉପରେ ଶୁଣାଣି କରିଥିଲେ ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଏବଂ ଦୀପଙ୍କର ଦତ୍ତ । ଦିଲ୍ଲୀର ମଦ ନୀତି ମାମଲାରେ ତାଙ୍କୁ ଗିରଫ କରାଯାଇଥିବା ବେଳେ ଚାଲିଥିବା ଲୋକସଭା ନିର୍ବାଚନ ପ୍ରଚାରରେ ଅଂଶଗ୍ରହଣ କରିବାକୁ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ କରାଯାଇଥିଲା । ଯାହାକୁ ଅଦାଲତ ମଞ୍ଜୁରୀ ଦେଇଛନ୍ତି । ସର୍ବୋଚ୍ଚ ଅଦାଲତ କେଜ୍ରିୱାଲଙ୍କୁ ଜୁନ୍ ୧ ଯାଏ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି ।

Related posts

ନବଜୋତ ସିଂହ ସିଦ୍ଧୁଙ୍କୁ ବର୍ଷେ ଜେଲ ଦଣ୍ଡାଦେଶ

mahabharatanews

ମାନସ ମଙ୍ଗରାଜଙ୍କୁ ନୂଆ ଦାୟିତ୍ୱ

mahabharatanews

ହିଂଜିଳିକାଟୁ ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ବୈଠକ ଅନୁଷ୍ଠିତ

mahabharatanews