ଭାରତ

ଭାରତୀୟଙ୍କ ପାଇଁ ଭିସାମୁକ୍ତ କଲା ମାଲେସିଆ  

(ଦିଲ୍ଲୀ) :  ଏଣିକି ଭାରତୀୟଙ୍କୁ ମାଲେସିଆ ଯିବାକୁ ହେଲେ ଲାଗିବନି ଭିସା । ମାଲେସିଆ ଭିସା ମୁକ୍ତ ପ୍ରବେଶ ଆରମ୍ଭ କରିବ । ଅର୍ଥାତ୍ ବର୍ତ୍ତମାନ ଭାରତୀୟ ଲୋକଙ୍କୁ ମାଲେସିଆ ଯିବାକୁ ଭିସା ନେବା ଆବଶ୍ୟକ ନାହିଁ । ଏନେଇ ମାଲେସିଆର ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମଙ୍କ ପକ୍ଷରୁ ବ୍ଲୁମବର୍ଗ ସୂଚନା ଦେଇଛି ।

ସୂଚନାନୁଯାୟୀ, ରବିବାର ଦିନ ତାଙ୍କ ପିପୁଲ୍ସ ଜଷ୍ଟିସ ପାର୍ଟିର ବାର୍ଷିକ କଂଗ୍ରେସରେ ଦେଇଥିବା ଅଭିଭାଷଣରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର କହିଛନ୍ତି, ଭାରତୀୟ ଏବଂ ଚୀନ୍ ନାଗରିକମାନେ ୩୦ଦିନ ପର୍ଯ୍ୟନ୍ତ ବିନା ଭିସାରେ ମାଲେସିଆରେ ରହିପାରିବେ । ତେବେ ଭିସା ପ୍ରଦାନ ସୁରକ୍ଷା ଯାଞ୍ଚ ଅଧୀନରେ ରହିବ । ଶ୍ରୀଲଙ୍କା, ଭିଏତନାମ ଏବଂ ଥାଇଲ୍ୟାଣ୍ଡ ପରେ ମାଲେସିଆ ଚତୁର୍ଥ ଦେଶ ହୋଇପାରିଛି ଯାହା ଭାରତୀୟ ନାଗରିକଙ୍କ ପାଇଁ ଭିସାମୁକ୍ତ ପ୍ରବେଶ ଘୋଷଣା କରିଛି ।

Related posts

ଦେଶରେ ଆଜି ୫,୯୨୧ କରୋନା ଆକ୍ରାନ୍ତ ଚିହ୍ନଟ ଓ ୨୮୯ ଜଣ ମୃତ

mahabharatanews

ଉତ୍ତରାଖଣ୍ଡ ହଲଦ୍ୱାନୀରେ ବେଆଇନ ନିର୍ମାଣ ହଟାଅ ଅଭିଯାନ ସମୟରେ ଦଙ୍ଗା

mahabharatanews

ଆଫ୍ରିକାରୁ ଖୁବ୍ ଶୀଘ୍ର ଭାରତ ଆସିବ ଆଉ ୮ଟି ଚିତା

mahabharatanews