(ଭୁବନେଶ୍ୱର) : ଲେଡି ବ୍ଲାକ୍ ମେଲର ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ୍ । ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି ହାଇକୋର୍ଟ । ଏହାକୁ ମିଶାଇ ମୋଟ୍ ୨ ଟି ମାମଲାରେ ଜାମିନ୍ ପାଇଛନ୍ତି ଅର୍ଚ୍ଚନା । ଖଣ୍ଡଗିରି ଓ ନୟାପଲ୍ଲୀ ଥାନାରେ ଥିବା ଦୁଇଟି ମାମଲାରେ ଶୁଣାଣି କରି ହାଇକୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି । ଅର୍ଚ୍ଚନା ଆଗରେ କିଛି ସର୍ତ୍ତ ରଖିଛନ୍ତି କୋର୍ଟ । ଗୋଟିଏ ହେଉଛି ସହଯୋଗୀ ଶ୍ରଦ୍ଧାଞ୍ଜଳିଙ୍କ ସହ ଯୋଗାଯୋଗ କରିପାରିବେନି ଅର୍ଚ୍ଚନା । ଅନ୍ୟଟି ଏହା ସହିତ ଏହି ମାମଲାରେ ଅର୍ଚ୍ଚନା କୌଣସି ପ୍ରକାର ବୟାନ ଦେଇପାରିବେ ନାହିଁ ।
ସୂଚନାନୁଯାୟୀ , ଜାମିନ୍ ମିଳିଥିଲେ ମଧ୍ୟ ଅର୍ଚ୍ଚନା ଜେଲରେ ରହିବେ । ଇଡି ମାମଲାରେ ଜାମିନ୍ ମିଳିନଥିବାରୁ ସେ ଜେଲରୁ ମୁକୁଳି ପାରିବେ ନାହିଁ । ୧୬ ତାରିଖରେ ଏହି ମାମଲାର ଶୁଣାଣି ହେବାର ତାରିଖ ଧାର୍ଯ୍ୟ ହୋଇଛି ।