ଓଡିଶା

ରାଜଧାନୀରେ ବିରିୟାନୀ ବୟ ପଜେଟିଭ ଆତଙ୍କ, ଚକେଇସିଆଣୀ ମାର୍କେଟ ସିଲ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର(ମହାଭାରତ): ରାଜଧାନୀରେ ଜଣେ ବିରିୟାନୀ ବୟ କୋରୋନା ପଜେଟିଭ ଚିହ୍ନଟ ହେବା ପରେ ରାଜଧାନୀରେ ଆତଙ୍କ ସୃଷ୍ଟ କରିଛି । ଯେଉଁମାନେ ବିରିୟାନୀ ଅର୍ଡର କରି ଖାଇଛନ୍ତି ସେମାନେ ବର୍ତ୍ତମାନ ଭୟବିତ ଅବସ୍ଥାରେ । ତେବେ ସମ୍ପୃକ୍ତ ବିରିୟାନୀ ଦୋକାନ ଓ ବ୍ୟକ୍ତି ଜଣଙ୍କ କାହାକୁ ନେଇ ବିରିୟାନୀ ଦେଇଛନ୍ତି ସେ ନେଇ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରିଛି ପ୍ରଶାସନ । ସେହି ବିରିୟାନୀ ବୟ ଜଣଙ୍କ ମଞ୍ଚେଶ୍ୱର ଅଞ୍ଚଳର । ସେ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳ ବୁଲି ବିରିୟାନୀ ଡେଲିଭରି ଦେଉଥିଲେ । ସେ ମଞ୍ଚେଶ୍ୱରରେ ରହୁଥିବା ବେଳେ ପଟିଆ ଅଞ୍ଚଳରେ ଥିବା ଏକ ଫାଷ୍ଟ ଫୁଡ ଦୋକାନରେ କାମ କରୁଥିଲେ । ଗତ ୫ ତାରିଖରେ ସେ ମଞ୍ଚେଶ୍ୱର ସ୍ଥିତ ବିଭିନ୍ନ ଦୋକାନକୁ ଯାଇଥିଲେ । ସେ ଯାଇଥିବା ଦୋକାନ ଗୁଡିକୁ ବିଏମସି ପକ୍ଷରୁ ସିଲ କରାଯାଇଥିବା ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ ଶନିବାର ସୂଚନା ଦେଇଛନ୍ତି । ଉକ୍ତ ଦୋକାନ ମଧ୍ୟରେ ମକରା ଗ୍ରୋସରୀ ଦୋକାନ, ମହାବୀର ଫ୍ୟାନ୍ସି ସପ୍‌ ରାଜେଶ ମେଡିସିନ ଷ୍ଟୋର, ମିଞ୍ଜା ଚିକେନ ସେଣ୍ଟର, ସମେତ କେତେକ ପରିବା, ଫଳ ଦୋକାନ ଆଦିକୁ ୨୧ ତାରିଖ ପର୍ୟ୍ୟନ୍ତ ସିଲ୍‌ କରାଯାଇଛି । ଏ ନେଇ ଅଧିକ ତଥ୍ୟ ସଂଗ୍ରହ କରାଯାଉଥିବା କମିଶନର ଚୌଧୁରୀ କହିଛନ୍ତି । ଏଥିସହିତ ସେ ଯେଉଁମାନଙ୍କ ଘରକୁ ଯାଇଥିଲେ, ସେମାନଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ କୁହାଯାଇଛି । ଆକ୍ରାନ୍ତ ଜଣଙ୍କ ରାଜଧାନୀର ବିଭିନ୍ନ ଅଞ୍ଚଳରେ ବୁଲି ବରିୟାନୀ ଡେଲିଭରି ଦେଇଛନ୍ତି । ଏପରିକି ସୂର୍ୟ୍ୟନଗର ଅଞ୍ଚଳରେ ମଧ୍ୟ ସେ ଖାଦ୍ୟ ଡେଲିଭରୀ ଦେଇଛନ୍ତି । ତାଙ୍କୁ ଥଣ୍ଡା-କାଶ ହେବାରୁ ଘର ମାଲିକ ତାଙ୍କର ସ୍ବାବ ଟେଷ୍ଟ କରିବାକୁ କହିଥିଲେ। ଟେଷ୍ଟପରେ ତାଙ୍କର ପିଜିଟିଭ ଆସିଛି।

Related posts

ରାଜ୍ୟରେ ଆଉ ଜଣଙ୍କ କରୋନାରେ ମୃତ୍ୟୁ

mahabharatanews

ଉଚ୍ଚଶିକ୍ଷା କ୍ଷେତ୍ରରେ ଅତ୍ୟାଧୁନିକ ଯୋଗଦାନ ନେଇ ସଫଳତା

mahabharatanews

ଉଦଳା ବିଧାୟକଙ୍କ ବିଭିନ୍ନ କ୍ୱାରେନଟାଇନ ସେଣ୍ଟର ଗସ୍ତ

mahabharatanews