ଅପରାଧ

ନାବାଳିକା ସହ ଅନୈତିକ ସମ୍ପର୍କ ରଖି ଯୁବକ ଗିରଫ

(ମହାଭାରତ/ରାଇରଙ୍ଗପୁର): ରାଇରଙ୍ଗପୁର ଥାନା ଅଧୀନରେ ଜଣେ ନାବାଳିକା ସହ ଅନୈତିକ ସମ୍ପର୍କ ସ୍ଥାପନ କରିବା ଅଭିଯୋଗରେ ଜଣେ ଯୁବକ ପକ୍ସୋ ଆକ୍ଟରେ ଛନ୍ଦି ହୋଇ ପଡିଛି ।
ସୂଚନା ଅନୁଯାୟୀ, ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନ ବଣକାଟି ପଞ୍ଚାୟତର କରକରିଆ ଗ୍ରାମର ଜଣେ ନାବାଳିକ ସହ ସୁନ୍ଦର ମୋହନ ଟୁଡୁ ନାମକ ଯୁବକ ଦୀର୍ଘ ଦୁଇ ବର୍ଷ ଧରି ଅନୈତିକ ସମ୍ପର୍କ ରଖିଆସୁଥିଲା । କିଛି ଦିନ ତଳେ ସେ ନାବାଳିକାକୁ ନେଇ ଗ୍ରାମରୁ ଫେରାର ହୋଇଯାଇଥିବା ବେଳେ ରାଇରଙ୍ଗପୁର ବସଷ୍ଟାଣ୍ଡରେ ନାବାଳିକାକୁ ଛାଡି ପଳାଇଥିଲା । ଏଥିନେଇ ନାବାଳିକା ପରିବାର ପକ୍ଷରୁ ଗତ ୬ ତାରିଖରେ ଥାନାରେ ଏକ ଏତଲା ଦିଆଯାଇଥିଲା । କେଶ ନଂ ୧୦୪ ପକ୍ସୋ ଆକ୍ଟରେ ପୁଲିସ ଏକ ମାମଲା ରୁଜୁ କରିଥିଲା । ଏହି ମାମଲାରେ ପୁଲିସ ତଦନ୍ତ କରି ପୁଲିସ ମଙ୍ଗଳବାର ସୁନ୍ଦର ଟୁଡୁକୁ ଗିରଫ କରିଛି ।
ସୂଚନା ଯୋଗ୍ୟ, ବାଦମ ପାହାଡ ଥାନା ଓ ରାଇରଙ୍ଗପୁର ଟାଉନ ଥାନାରେ ପକ୍ସୋ ମାମଲାରେ ୨ ଜଣଙ୍କୁ ଗିରଫ କରାଯାଇଛି । ରାଇରଙ୍ଗପୁରରେ ନାବାଳିକାଙ୍କ ପ୍ରତି ନିର୍ଯାତନା, ଦୁଷ୍କର୍ମ ପରି ଘଟଣା ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି ।

Related posts

ହରିଣ ମାଂସ ଜବତ, ୧ ଗିରଫ

mahabharatanews

ନିଶା କାରବାର ରୋକିବାରେ କ୍ରାଇମବାଞ୍ଚ ଏସଟିଏଫର ଆଉ ଏକ ବଡ଼ ସଫଳତା

mahabharatanews

ପିପିଲିରେ ଓଲଟିଲା ବସ, ଭୁବନେଶ୍ୱରରୁ କାକଟପୁର ଯାଉଥିଲା

mahabharatanews