ଅପରାଧଓଡିଶା

ସୁନା ଦୋକାନରେ ଲୁଟ

ପୁରୀ: ପ୍ରତେକ ଦିନ ରାଜ୍ୟରେ ଲୁଟ ଓ ଡକାୟତି ବଢିବାରେ ଲାଗିଛି । ଦିନ ଦିପହରରେ ଦୃର୍ବୁତ୍ତମାନେ ବେକରୁ ଚେନ ଝୁଙ୍କିନେଉଛନ୍ତି ଆଉ ଟଙ୍କା । ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ କରାଯାଉଥିଲେ ମଧ୍ୟ ଲୁଟ କମିବାର ନାଁ ନେଉନାହିଁ । ଅପରାଧୀମାନେ ମାନୁନାହାନ୍ତି ନାଁ ଅପରାଧ କମୁନାହିଁ । ପୁଣି ସୁନା ଦୋକାନରେ କଳା କନା ବୁଲାଇଲେ ଲୁଟେରା ।

ଏ ଭଳି ଘଟଣା ଘଟିଛି କୋଣାର୍କ ନୂଆ ମାର୍କେଟ ସ୍ଥିତ ମହାଲକ୍ଷ୍ମୀ ସୁନା ଦୋକାନରେ । ସୂଚନା ଅନୁସାରେ , ରାତିରେ ଦୋକାନ ବନ୍ଦ କରି ସ୍ୱଟ ପକାଇ ମାଲିକ ଘରକୁ ଯାଇଥିଲେ। ବିଳମ୍ବିତ ରାତିରେ ସୁନା ଦୋକାନରେ ଥିବା ଲକରକୁ ଭାଙ୍ଗି କରିଥିଲା ଲୁଟେରା । ପ୍ରାୟ କୋଡିଏ ଲକ୍ଷ ର ସୁନା ଗହଣା ଲୁଟିନେଲେ ଲୁଟେରା। ରାତିରେ ଦୋକାନ ସ୍ୱଟ ର ଭାଙ୍ଗି ଲୁଟ କରିଛନ୍ତି ଲୁଟେରା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଜାରି ରଖିଛି ତଦନ୍ତ ।

Related posts

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଲୋକପ୍ରିୟ ସାଂସଦ ମହେଶ ସାହୁଙ୍କ ବଳିଷ୍ଟ ପଦକ୍ଷେପ

mahabharatanews

ନଈରୀରେ ଅନୁଷ୍ଠିତ ହେଉଛି ୮ମ ଶ୍ରୀଜଗନ୍ନାଥ ମହୋତ୍ସବ…

mahabharatanews

ଧୋଇହୋଇଗଲା ଧବଳେଶ୍ୱର ମନ୍ଦିର ରାସ୍ତା

mahabharatanews