ଅପରାଧ

ଦେଶି ବନ୍ଧୁକ ସହିତ ଦୁର୍ଦ୍ଦାନ୍ତ ଅପରାଧୀ ଚଗଲା ଗିରଫ

(ଅଜିତ ସାହୁ )ଜଳେଶ୍ୱର: ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳ ପୁଣି ଅଶାନ୍ତ। ଅପରାଧୀ ମାନେ ଖୁଲମ ଖୁଲା ବନ୍ଧୁକ ଦେଖାଇ ବଟି ଆଦାୟ ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି। ସୂଚନା ଅନୁସାରେ ଗତ ରବିବାର ରାତି ୧୧ ଟା ସମୟରେ ଖଗଡାପାଳ ଗ୍ରାମ ର ଖଗେନ୍ଦ୍ର ପାତ୍ର ନିଜର ଅସୁସ୍ଥ ନାତୁଣୀ କୁ ଧରି ମେଡିସିନ କିଣିବାକୁ ଆସିଥିବା ବେଳେ ,ଏକ ବାଇକରେ ତିନି ଜଣ ଯୁବକ ଆସି ତାଙ୍କୁ ଅଟକାଇ ବିଭିନ୍ନ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରି ଟଙ୍କା ମାଗିଥିଲେ। ଟଙ୍କା ନଦେଲେ ଜୀବନରୁ ମାରିଦେବା ର ଧମକ ମଧ୍ୟ ଦେଇଥିଲେ। ସେ ଉପସ୍ଥିତ ବୁଦ୍ଧି ଖଟାଇ ସେଠାରୁ ଖସି ଯାଇ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସୂଚନା ଥାଉକି ଶ୍ରୀଯୁକ୍ତ ପାତ୍ର ବାଲି ବ୍ୟବସାୟ କରନ୍ତି, ନିକଟ ଅତୀତରେ ବାଲିଆ ପାଳ ଅଞ୍ଚଳର ଅନ୍ୟ ଜଣେ ବାଲି ଵ୍ୟଵସାୟୀ କୁ ଗୁଳି କରି ହତ୍ୟା ଉଦ୍ୟମ କରାଯାଇଥିଲା। ତେବେ ସେ ଗୁରୁତର ହୋଇ ସୌଭାଗ୍ୟ ବସତ ବଞ୍ଚି ଯାଇଥିଲେ। ବାଲିଆପାଳ ଭଳି ଶାନ୍ତ ଅଞ୍ଚଳରେ ଗୁଳି ଫୁଟିବା ,ବନ୍ଧୁକ ଦେଖାଇବା ଘଟଣାକୁ ଅଞ୍ଚଳ ବାସୀ ଓ ବୁଦ୍ଧିଜୀବି ସହଜରେ ଗ୍ରହଣ କରି ପାରୁନାହାନ୍ତି।
ବାଲି ଖାଦାନ ବନ୍ଦ ଥିବାରୁ ବେଶ କିଛି ଦିନ ଧରି ବାଲିଆପାଳ ଶାନ୍ତ ରହିଥିଲା।ବାଲି ସୈରାତ ସାଙ୍ଗକୁ ବାଲି ଖନନ ଆରମ୍ଭ ହେବାରୁ ବାଲିଆପାଳ ପୁଣି ଅଶାନ୍ତ ହୋଇ ପଡ଼ିଛି ବୋଲି ସାଧାରଣରେ ଆଲୋଚନା ଜୋର ଧରୁଛି। ଶ୍ରୀଯୁକ୍ତ ପାତ୍ର ଙ୍କ ଅଭିଯୋଗ କୁ ଭିତି କରି ପୋଲିଶ ମାମଲା ରୁଜୁ କରିବା ସହ ପୂର୍ବରୁ ଦୁଇଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ଆଜି ସକାଳେ ବାଲିଆପାଳ ପୋଲିସ ମୁଖ୍ୟ ଅଭିଯୁକ୍ତ ପ୍ରକାଶ ସାମଲ ଓରଫ ଚଗଲା କୁ ଗିରଫ କରିବା ସହିତ ତାନିକଟରୁ ଏକ ଦେଶୀ ବନ୍ଧୁକ ଗୋଟିଏ ଫୁଟା ଓ ଗୋଟିଏ ଜୀବନ୍ତ ଗୁଳି ଜବତ କରିଛି। ଚଗଲା ନାମରେ ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ଥିବା ସୂଚନା ମିଳିଛି।

Related posts

ରାସ୍ତା ନିର୍ମାଣ କାଳରେ ନକ୍ସଲଙ୍କ ତାଣ୍ଡବ

mahabharatanews

ଜମିବାଡି ବିବାଦକୁ ନେଇ ବାପା ଓ ସାବତ ମାଆକୁ ହତ୍ୟା କଲା ନୃଶଂସ ପୁଅ

mahabharatanews

ରିୟାଙ୍କୁ ଦେଇଛନ୍ତି ଡ୍ରାଗ୍ସ ସାରା ଅଲି ଖାନ

mahabharatanews