ଓଡିଶା

ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଯଦୁପୁରରେ

ନୟାଗଡ: ଆଜି ମଧ୍ୟାହ୍ନରେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଯଦୁପୁରରେ ପହଞ୍ଚିଛନ୍ତି । ଯଦୁପୁରରେ ସେ କହିଛନ୍ତି, ଏସଆଇଟି ନିକଟରେ କୁନି ଝିଅ ପରୀ ହତ୍ୟାକାରୀ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଛି । ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବୋଥ୍ରା କହିଛନ୍ତି । ତେବେ କାହାକୁ ଗିରଫ କରାଯାଇଛି, ସେହି ନାମକୁ ପ୍ରକାଶ କରି ନାହାନ୍ତି । ତେବେ ହତ୍ୟାକାରୀ ବିରୋଧରେ ଯଥେଷ୍ଟ ପ୍ରମାଣ ଏସଆଇଟି ନିକଟରେ ରହିଛି । ୧୦ ଦିନ ଧରି ପଚରାଉଚରା ପରେ ଯଥେଷ୍ଟ ପ୍ରମାଣ ମିଳିବା ପରେ ତାକୁ ଗିରଫ କରାଯାଇଥିବା ବୋଥ୍ରା କହିଛନ୍ତି । ଏଥିସହ ତାକୁ ଆଜି କୋର୍ଟ ଚାଲାଣ କରାଯିବା ନେଇ ମଧ୍ୟ ବୋଥ୍ରା ସୂଚନା ଦେଇଛନ୍ତି । ଏହି ଘଟଣାରେ ଆଉ କିଏ ସମ୍ପୃକ୍ତ ତାକୁ ନେଇ ତଦନ୍ତ ପରେ ଜଣାପଡିବ ବୋଲି ବୋଥ୍ରା କହିଛନ୍ତି ।

SR

Related posts

ଏନଆଇଏନଏଲକୁ ଅଧିଗ୍ରହଣ କଲା ଟାଟା

mahabharatanews

ଜଙ୍ଗଲରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହାତୀ ଆକ୍ରମଣ ସନ୍ଦେହ

mahabharatanews

ବଢୁଛି ଡେଙ୍ଗୁର ପ୍ରାଦୁର୍ଭାବ,ମଶା ଶରୀରରେ ପରିବର୍ତ୍ତନ

mahabharatanews