ଭାରତରାଜନୀତି

ଦିଲ୍ଲୀ ମଦ ଦୁର୍ନୀତି ମାମଲା, ଆଜି ଆସିପାରେ ସୁପ୍ରିମ୍‌ ରାୟ

ନୂଆଦିଲ୍ଲୀ:ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଆଜି ଏହାର ରାୟ ଦେବାକୁ ଯାଉଛନ୍ତି। ମଦ ଦୁର୍ନୀତିରେ ଇଡି ଦ୍ୱାରା କରାଯାଇଥିବା ଗିରଫଦାରୀକୁ କେଜ୍ରିୱାଲ ଚ୍ୟାଲେଞ୍ଜ କରିଛନ୍ତି।ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପନକର ଦତ୍ତଙ୍କ ବେଞ୍ଚ ଏହା ଉପରେ ରାୟ ଦେବେ। ଏହି ମାମଲାର ଶୁଣାଣି ବେଳେ କୋର୍ଟ କହିଥିଲେ ଯେ ମନୀଷ ସିସୋଡିଆ ଗିରଫ ହେବା ପରେ ଏବଂ କେଜ୍ରିୱାଲ ଗିରଫ ହେବା ପୂର୍ବରୁ ଦାଖଲ ହୋଇଥିବା ବୟାନ ରେର୍କଡକୁ ଦେଖିବାକୁ ଚାହାଁନ୍ତି । ଅବକାରୀ ଦୁର୍ନୀତି ମାମଲାରେ ନିକଟରେ ଇଡି ଚାର୍ଜସିଟ୍ ଦାଖଲ କରିଛି । ଯେଉଁଥିରେ କେଜ୍ରିଓ୍ୱାଲଙ୍କ ସଂପୃକ୍ତି ନେଇ ହ୍ବାଟସଆପ ଚାଟ୍ ସମେତ ଅନ୍ୟାନ୍ୟ ପ୍ରମାଣ ଦାଖଲ କରିଛି । ମେ’ ୧୦ରେ ଅରବିନ୍ଦ କେଜ୍ରଓ୍ବାଲଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ମଧ୍ୟବରର୍ତ୍ତକାଳୀନ ଜାମିନ ପାଇଥିଲେ । ନିର୍ବାଚନ ପ୍ରଚାର ପାଇଁ ସୁୂପ୍ରିମକୋର୍ଟ ଜୁନ ୧ ପର୍ଯ୍ୟନ୍ତ କେଜ୍ରିଓ୍ବାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି । ଏହା ପରେ ସେ ୨ ଜୁନ୍ ରେ ଆତ୍ମସମର୍ପଣ କରିଥିଲେ ।

 

 

 

Related posts

ବବିଙ୍କ ଚେର କାଟିବାକୁ ସ୍ୱରୂପ ମୋହରା

mahabharatanews

ପ୍ରଧାନମନ୍ତ୍ରୀ ମୋଦୀ “ବନ୍ଦେ ମାତରମକୁ” ଜାତୀୟ ଜାଗରଣ ମନ୍ତ୍ର ବୋଲି କହିଲେ, ବଙ୍ଗଳାର ବିରୋଧୀଙ୍କୁ କଡ଼ା ସମାଲୋଚନା କଲେ

mahabharatanews

ଆଦିତ୍ୟ-ଏଲ୍‌୧; ଆଜି ତିହାସ ରଚିବ ଭାରତ !

mahabharatanews