ଓଡିଶା

ଘରୋଇ ସହାୟିକାଙ୍କୁ ନିର୍ଯାତନା, ଅଭିନେତ୍ରୀ ରିୟା ତାଙ୍କ ସ୍ବାମୀଙ୍କୁ ଜେରା

କଟକ: କେୟାର ଟେକରଙ୍କୁ ନିର୍ଯାତନା ଦେଉଥିବା ନେଇ ରିୟାଙ୍କ ବିରୋଧରେ ମାମଲା ହେବା ପରେ ବଢ଼ିବାରେ ଲାଗିଛି ରିୟାଙ୍କ ଅଡୁଆ । ଅଭିନେତ୍ରୀ ରିୟା ଦେ ଏବଂ ତାଙ୍କ ସ୍ୱାମୀ ସୁନୀଲଙ୍କୁ ପୋଲିସ ଜେରା କରିଛି ।ବିଡାନାସୀ ସ୍ଥିତ ଘରେ ରିୟାଙ୍କୁ ଏବଂ ତାଙ୍କ ସ୍ବାମୀଙ୍କୁ ଜେରା ହୋଇଛି । ଚନ୍ଦ୍ରଶେଖରପୁର ଥାନାରୁ ଏହି ମାମଲା ବିଡାନାସୀ ଥାନାକୁ ସ୍ଥାନାନ୍ତର ହୋଇଛି । ଏହାପରେ ତଦନ୍ତ ଆରମ୍ଭ ହୋଇ ଅଭିନେତ୍ରୀ ଏବଂ ତାଙ୍କ ସ୍ବାମୀଙ୍କୁ ଜେରା କରାଯାଇଛି । ସେହିପରି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ମଧ୍ୟ ନିଜ ଆଡୁ ଘଟଣାର ତଦନ୍ତ ଆରମ୍ଭ କରିଛି । ରିୟାଙ୍କ ଘରେ କାମ କରୁଥିବା ନାବାଳିକା ଜଣକ ଦେଢ ବର୍ଷ ହେବ କାମ କରୁଥିଲେ । ୮ ତାରିଖ ଦିନ ନାବାଳିକା ଜଣଙ୍କ ଘରୁ କେଉଁଆଡୁ ପଳାଇଯାଇଥିଲେ । ଘଟଣା ପରେ ରିୟା ଏବଂ ତାଙ୍କ ସ୍ବାମୀ ୯ ତାରିଖରେ ବିଡାନାସୀ ଥାନାରେ ସହାୟିକା ନିଖୋଜ ହୋଇଯାଇଥିବା ନେଇ ଅଭିଯୋଗ କରିଥିଲେ । ପରେ ଚନ୍ଦ୍ରଶେଖରପୁର ଥାନାରେ ସହାୟିକା ଜଣଙ୍କ ରିୟା ଏବଂ ସୁନୀଲଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିଲେ ।

Related posts

କୀଟନାଶକ ଗନ୍ଧରେ ୩ ଶିଶୁଙ୍କ ମୃତ୍ୟୁ

mahabharatanews

 ସ୍ୱାଧୀନତା ଦିବସରେ ନକ୍ସଲଙ୍କ ହିଂସା କାଣ୍ଡ ; ଆଖି ବୁଜିଲେ ୨ ଯବାନ  

mahabharatanews

ଆଜିଠୁ ଭଦ୍ରକ ଓ ଧାମନଗର ପୌରାଞ୍ଚଳ ଲକଡାଉନ

mahabharatanews