ଭାରତ

ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ଆଶ୍ଵସ୍ତି 

(ଦିଲ୍ଲୀ) : ବାରମ୍ବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଡାକରାକୁ ଏଡ଼େଇ ଯିବା ମାମଲାରେ ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ନାମରେ ସମନ ହୋଇଥି‌ଲା। ଅଦାଲତ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି।

ସୂଚନାନୁଯାୟୀ , ୧୫ ହଜାର ଟଙ୍କା ମୁଚାଲିକାରେ କେଜ୍ରିୱାଲଙ୍କୁ ଜାମିନ ମଞ୍ଜୁର କରିଛନ୍ତି କୋର୍ଟ।  ଶୁକ୍ରବାର ତାଙ୍କୁ ସମନ ହୋଇଥିଲା, ଯାହାକୁ ଚ୍ୟାଲେଞ୍ଜ କରିବା ସହ ଜାମିନ ଆବେଦନ କରିଥିଲେ କେଜ୍ରିୱାଲ। ତାଙ୍କ ଜାମିନ ଆବେଦନକୁ କୋର୍ଟ ମଞ୍ଜୁରୀ ଦେଇଛନ୍ତି। ଇଡିର ସଦ୍ୟତମ ଡାକରା ଥିଲା ମାର୍ଚ ୪ ତାରିଖରେ। କେଜ୍ରିୱାଲ୍‌ କହିଥିଲେ ଯେ ସେ କେବଳ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଜର ହେବେ। ‌ହେଲେ ତଦନ୍ତକାରୀ ସଂସ୍ଥା ଏହାକୁ ସ୍ପଷ୍ଟ ମନା କରି ଦେଇଥିଲେ। ଜେରା କେବଳ ଶାରୀରିକ ଭାବେ ହିଁ ହେବ ବୋଲି କହିଥିଲା ଇଡି।

Related posts

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ନକ୍ସଲ 

mahabharatanews

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତ୍ରିରଙ୍ଗା ପଦଯାତ୍ରା

mahabharatanews

“ମିଛ ଗ୍ୟାରେଣ୍ଟିର ଝୁଲା ନେଇ ବୁଲୁଥିବା ପ୍ରଧାନମନ୍ତ୍ରୀ”ଏପରି କହିଲେ ରାହୁଲ

mahabharatanews