ଭାରତ

କେଜ୍ରିୱାଲଙ୍କୁ ଅଷ୍ଟମ ସମନ ପଠାଇଲା ଇଡି

(ଦିଲ୍ଲୀ) :ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ପୁଣି ଅଷ୍ଟମ ସମନ ପଠାଇଲା ଇଡି । ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ଥରେ ନୋଟିସ ଜାରି କରିଛି । ଦିଲ୍ଲୀର ମଦ ଦୁର୍ନୀତି ମାମଲାର ଯାଞ୍ଚ କରୁଥିବା କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଇଡି ମାର୍ଚ୍ଚ ୪ରେ କେଜ୍ରିୱାଲଙ୍କୁ ପଚରାଉଚରା ଡାକିଛନ୍ତି ।

ସୂଚନାନୁଯାୟୀ , ଏହାପୂର୍ବରୁ କେଜ୍ରିୱାଲଙ୍କୁ ୭ ଟି ସମନ ପଠାଯାଇଛି। କିନ୍ତୁ ସେ ସବୁ ସମନକୁ ବେଆଇନ ବୋଲି କହିଥିଲେ ଏବଂ ହାଜର ହୋଇନଥିଲେ। ଏଭଳି ପରିସ୍ଥିତିରେ ବର୍ତ୍ତମାନ ଇଡି ଅଷ୍ଟମ ସମନ ପଠାଇଛି । ଦିଲ୍ଲୀର ଏକ୍ସାଇଜ୍ ପଲିସିରେ ଘୋଟାଲା ଅଭିଯୋଗ ରହିଛି। ଏହି ମାମଲାରେ ସିବିଆଇ ତଦନ୍ତ କରୁଛି। ଏଥି ସହିତ ଇଡି ଅର୍ଥ ହେରଫେରରୁ ଏହି ମାମଲାର ଅନୁସନ୍ଧାନ କରୁଛି। ଏହି ମାମଲାରେ କେନ୍ଦ୍ରୀୟ ଏଜେନ୍ସି ଏପର୍ଯ୍ୟନ୍ତ ଦୁଇ ବଡ ଆପ ନେତା ମନୀଷ ସିସୋଦିଆ ଏବଂ ସଞ୍ଜୟ ସିଂଙ୍କୁ ଗିରଫ କରିଛନ୍ତି। କେଜ୍ରିୱାଲଙ୍କୁ ଡାକିବା ପାଇଁ ଇଡି ୭ଟି ସମନ ପଠାଇଥିଲା । ଆଜି ପୁଣି ଅଷ୍ଟମ ଥର ପାଇଁ କେଜ୍ରିୱାଲଙ୍କୁ ସମନ ପଠାଇଛି ।

Related posts

କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ପିଛା ଛାଡୁନି ବିବାଦ

mahabharatanews

ମଣିପୁର ହିଂସା ; କୁକୁ ସମ୍ପ୍ରଦାୟର ୩ଜଣଙ୍କୁ ଗୁଳି ମାରି ହତ୍ୟା 

mahabharatanews

ଇନ୍‌ଷ୍ଟା ରିଲ୍‌ ଛାଡି  ବିବାଦରେ ଅଞ୍ଜଳି ଅରୋରା

mahabharatanews