ଭାରତ

ମଣିପୁର ହିଂସା ; କୁକୁ ସମ୍ପ୍ରଦାୟର ୩ଜଣଙ୍କୁ ଗୁଳି ମାରି ହତ୍ୟା 

(ମଣିପୁର) : ଦିନକୁ ଦିନ ବଢ଼ିବାରେ ଲାଗିଛି ମଣିପୁର ହିଂସା । ଥମିବାର ନାଁ ନେଉନି । ଗୁରୁବାର ପାହାନ୍ତାରେ ମଣିପୁରର ଉଖ୍‌ରୁଲ୍‌ ଜିଲ୍ଲାରେ ସଶସ୍ତ୍ର ଦୁର୍ବୃତ୍ତମାନେ କୁକୁ ସମ୍ପ୍ରଦାୟର ୩ଜଣ ସଦସ୍ୟଙ୍କୁ ଗୁଳି ମାରି ହତ୍ୟା କରିଥିବା ସୂଚନା ମିଳିଛି ।

ତେବେ ଘଟଣା ଏହିକି ଯେ, ଜିଲ୍ଲା ମୁଖ୍ୟାଳୟ ଉଖ୍‌ରୁଲ୍‌ ସହରଠାରୁ ପ୍ରାୟ ୪୭ କିଲୋମିଟର୍‌ ଦୂରରେ ଅବସ୍ଥିତ କୁକୁ ଜନଜାତି ବସବାସ କରୁଥିବା ଥୌୱାକି କୁକି ଗ୍ରାମରେ ରାତି ପ୍ରାୟ ୪.୩୦ରେ ଗୁଳିକାଣ୍ଡ ଘଟିଛି। ଏହି ଗୁଳିକାଣ୍ଡରେ ଉକ୍ତ ଗାଁ’ର ୩ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଗୁଳି ଚୋଟରେ କେହି ଆହତ ହୋଇଥିବା ଖବର ମିଳିନାହିଁ। ଘଟଣା ପରେ ପରେ ସୁରକ୍ଷା ବ୍ୟବସ୍ଥା କଠୋର କରାଯିବା ସହିତ ଗୁଳିକାଣ୍ଡରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନଙ୍କୁ ଧରିବା ପାଇଁ ରାଜ୍ୟ ପୁଲିସ ଓ ଭାରତୀୟ ସେନା ମିଳିତ ଅଭିଯାନ ଆରମ୍ଭ କରିଥିବା କଥା ସେ କହିଛନ୍ତି।

Related posts

ଡିଏନଏ ଟେଷ୍ଟ ପାଇଁ କାହାରିକୁ ବାଧ୍ୟ କରାଯାଇ ପାରିବ ନାହିଁ: ସୁପ୍ରିମକୋର୍ଟ

mahabharatanews

କରୋନାର ନୂତନ ସବ୍-ଭାରିଆଣ୍ଟ ; ୨୧ଟି ମାମଲା ଚିହ୍ନଟ  

mahabharatanews

ଦେଶରେ କରୋନା ଭାଇରସ୍‌ ହ୍ରାସ ହେଉଛି

mahabharatanews