ଓଡିଶା

ହାଇକୋର୍ଟଙ୍କ ନିର୍ଦେଶ ମୁତାବକ୨୦୧୩ ପଲିସି ଅନୁଯାୟୀ ଲୋକଙ୍କୁ ମିଳିବ କ୍ଷତିପୂରଣ : ସୂଚନା ଦେଲେ ବିସ୍ଥାପନ ମଞ୍ଚ ସଭାପତି

ଅନୁଗୁଳ /ଜ୍ୟୋତିରଞ୍ଜନ ଧର: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ବ୍ୟାରେଜ ବିସ୍ଥାପନ ମଞ୍ଚ ପକ୍ଷରୁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି ।ବିସ୍ଥାପନ ମଞ୍ଚର ସଭାପତି ଜଗମୋହନ ପ୍ରଧାନଙ୍କ ଅଧକ୍ଷତା କ୍ରମେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଲୋକସଭା କ୍ଷେତ୍ରର ଜନମାନସର ଲୋକପ୍ରିୟ ସାଂସଦ ମହେଶ ସାହୁ, ସମ୍ମାନିତ ଅତିଥି ଭାବରେ ୯ ନମ୍ବର ଜିଲାପରିଷଦ ସଦସ୍ୟ ରଞ୍ଜନ ସାହୁ, କଣିହାଁ ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ ଯୋଗଦେବା ସହିତ ମଞ୍ଚ ସଂଚାଳନ କରିଥିଲେ ।
ସମଲ ବ୍ୟାରେଜ ଦ୍ୱାରା ବିସ୍ଥାପିତ ୬ଗ୍ରାମ ଆଠଶହରୁ ଅଧିକ ଲୋକ ସାମିଲ ହୋଇଥିଲେ। ବ୍ୟାରେଜ ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ନାଲମ, ଦୁର୍ଗାପୁର, ତାଳପଦା, କୁସୁମପାଳ, ଶିପୁର, ଗହମ ପ୍ରମୁଖ ଛ ଖଣ୍ଡ ଗ୍ରାମବାସୀଙ୍କ ସହିତ ବିଧାୟକ ସମୟରେ ଥିଲି ଏବେ ଆପଣ ମାନେ ସାଂସଦ କରିଛନ୍ତି । ଦାୟିତ୍ୱ, କର୍ତ୍ତବ୍ୟରେ ହେଳା ନକରି ପାର୍ଟି ଅପେକ୍ଷା ମାଟିକୁ ଗୁରୁତ୍ୱ ଦେଇ କାମ କରୁଛି ଓ କରିବି । ଏପରିକି ମୋର ଶେଷ ନିସ୍ଵାଶ ଥିବା ପର୍ଯ୍ୟନ୍ତ ଆପଣଙ୍କ ସାଥୀରେ ରହି ଲଢ଼ିବି ବୋଲି ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଜନପ୍ରିୟ ସାଂସଦ ମହେଶ ସାହୁ ମତବ୍ୟକ୍ତ କରିଥିଲେ ।
ସରକାର ୨୦୧୩ ପଲିସି ଅନୁଯାୟୀ ଲୋକମାନଙ୍କର କ୍ଷତିପୂରଣ ଦେବା କଥା କିନ୍ତୁ ସରକାର ନଶୁଣିବାରୁ ବିସ୍ଥାପନ ମଞ୍ଚ ଛ ଖଣ୍ଡି ଗ୍ରାମର ଲୋକେ ଉଚ୍ଚ ନ୍ୟାୟାଳୟ ର ଆଶ୍ରୟ ନେଇଥିଲେ ।

ମାନ୍ୟଵର ଉଚ୍ଚ ନ୍ୟାୟାଳୟ ର ଆଦେଶ ମୁତାବକ ସମସ୍ତ କ୍ଷତିଗ୍ରସ୍ତ ପରିବାରଙ୍କୁ ଉଚିତ ପ୍ରାପ୍ୟ ମିଳିବ ବୋଲି ବିସ୍ଥାପନ ମଞ୍ଚ ସଭାପତି ଜଗ ମୋହନ ପ୍ରଧାନ କହିଛନ୍ତି । ଦୀର୍ଘ ଦିନ ପରେ ଆର ଆରଏସି ବୈଠକ ବସିଥିଲା ।ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ପ୍ରକୋଷ୍ଠରେ ଏନେଇ ନିଷ୍ପତ୍ତି ହୋଇ ଥିବା ବ୍ଲକ ଅଧକ୍ଷ୍ୟ ରାମକୃଷ୍ଣ ପ୍ରଧାନ ତାଙ୍କ ବକ୍ତବ୍ୟରେ ମତବ୍ୟକ୍ତ କରି ଏହା କହିଥିଲେ । ନବ ନିର୍ବାଚିତ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ସଭ୍ୟ/ସଭ୍ୟା, ଗଣ ମାଧ୍ୟମ ପ୍ରତିନିଧି ମାନଙ୍କୁ ଏହି ଅବସରରେ ସାଂସଦ ମହେଶ ସାହୁ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମ ରେ ସମଲ ସରପଞ୍ଚ ଜିତେନ୍ଦ୍ର ବେହେରା, କୁଲେଇ ସରପଞ୍ଚ ଜ୍ୟୋଛନାମୟୀ ଗଡନାୟକ, ହରିହରପୁର ସରପଞ୍ଚ ଓ ନାଏବ ସରପଞ୍ଚ ସମେତ ଛ ଖଣ୍ଡ ଗ୍ରାମର ଆଠ ଶହରୁ ଉର୍ଦ୍ଧ୍ୱ ଲୋକ ସାମିଲ ଥିଲେ ।

Related posts

ଶୋକାକୁଳ ପରିବେଶରେ ଡାକ୍ତରଙ୍କୁ ବିଦାୟ ସମ୍ବର୍ଦ୍ଧନା

mahabharatanews

ଆଧାର ଲିଙ୍କ୍‌ : ଡାକସେବାରେ ଓଡ଼ିଶା ଦ୍ବିତୀୟ

mahabharatanews

ଜଳବନ୍ଦୀ ସମସ୍ୟା ନେଇ ବିଏମସି କମିଶନରଙ୍କ ସମୀକ୍ଷା ବୈଠକ

mahabharatanews