ଓଡିଶା

ଆଶା, ଅଙ୍ଗନଓ୍ୱାଡି କର୍ମୀଙ୍କ ପାଇଁ ବଡ ଘୋଷଣା: ମୃତ୍ୟୁ ହେଲେ ପରିବାରକୁ ମିଳିବ ୬୦ ପର୍ଯ୍ୟନ୍ତ ଭତ୍ତା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଏହି ଭୂତାଣୁ ମୁକାବିଲାରେ ନିୟୋଜି ଅଙ୍ଗନଓ୍ୱାଡି କର୍ମୀ, ଆଶା କର୍ମୀମାନଙ୍କ ଦାୟିତ୍ୱ ଓ କାର୍ଯ୍ୟ ମଧ୍ୟ ବୃଦ୍ଧି ପାଉଛି । ଏମାନଙ୍କ ଦାୟିତ୍ୱବୋଧକୁ ନେଇ ଏମାନଙ୍କୁ ଆଗଧାଡିର ଯୋଦ୍ଧା ଭାବେ ପରିଗଣିତ କରାଯାଉଛି । ମହାମାରୀ ବିରୋଧରେ ଲଢିବା ସହ ସାଧାରଣ ଲୋକଙ୍କୁ ସୁରକ୍ଷା ପ୍ରଦାନ କରୁଛନ୍ତି । କରୋନା ମୁକାବିଲାରେ ଦିନ ରାତି ଏକକାକାର କରି କିଛି ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ଏହି ଦାୟିତ୍ୱବୋଧତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅଙ୍ଗନବାଡି ଓ ଆଶା କର୍ମୀଙ୍କ ପାଇଁ ଏକ ବଡ ଧରଣର ଘୋଷଣା କରିଛନ୍ତି ।
ଏଣିକି କରୋନାରେ କୌଣସି ଆଶା କର୍ମୀ କିମ୍ବା ଅଙ୍ଗନଓ୍ୱାଡି କର୍ମୀ ପ୍ରାଣ ହରାଇଲେ ସୋମାନଙ୍କ ପରିବାରକୁ ଦୀର୍ଘ ମିଆଦି ଭତ୍ତା ଦେବାକୁ ସରକାର ଘୋଷଣା କରିଛନ୍ତି । ମୃତ ଆଶା ବା ଅଙ୍ଗନୱାଡି କର୍ମୀଙ୍କ ପରିବାରକୁ ମାସିକ ୭୫୦୦ ଟଙ୍କା ଲେଖା ୬୦ ବର୍ଷ ଯାଏଁ ଭତ୍ତା ମିଳିବ । ସେହିପରି ଆଶାକର୍ମୀଙ୍କ ନିକଟ ସମ୍ପର୍କୀୟଙ୍କୁ ମାସିକ ୫ହଜାର ଟଙ୍କା ଭତ୍ତା ମିଳିବ । ଏନେଇ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ସୂଚନା ଦେଇଛନ୍ତି ।

Related posts

ଖାତା ମୂଲ୍ୟାୟନ: ପ୍ରଥମ ଦିନରେ ୯୪ ଶିକ୍ଷକ ଶିକ୍ଷୟିତ୍ରୀ ଖାତା ଦେଖିଲେ

mahabharatanews

ବଦଳି ଯାଇଛି ପାଣିପାଗର ମିଜାଜ ;୨୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର

mahabharatanews

ସୀମା ଟପିଲା ତାପମାତ୍ରା ; ସମ୍ବଲପୁରରେ ପାରଦ ୪୬.୧ ଡିଗ୍ରି

mahabharatanews