ଭାରତ

ଅନଶନ ଭାଙ୍ଗିଲେ ଦିଲ୍ଲୀର ଜଳମନ୍ତ୍ରୀ ଆତିଶୀ

ନୂଆଦିଲ୍ଲୀ: ଅନଶନ ଭାଙ୍ଗିଲେ ଦିଲ୍ଲୀର ଜଳମନ୍ତ୍ରୀ ଆତିଶୀ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହା ପରେ ସେ ନିଜର ଅନଶନ ଭାଙ୍ଗିଛନ୍ତି । ଆମ ଆଦମୀ ନେତା ସଞ୍ଜୟ ସିଂହ ଏହି ସୂଚନା ଦେଇଛନ୍ତି । ଦିଲ୍ଲୀରେ ଲାଗି ରହିଥିବା ଜଳ ସକଂଟକୁ ନେଇ ଗତ ୫ ଦିନ ହେଲା ଅନଶନ ଜାରି ରଖିଥିଲେ ଜଳମନ୍ତ୍ରୀ ଆତୀଶି । ମଙ୍ଗଳବାର ରାତିରେ ହଠାତ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ଏହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତିିର୍ କରାଯାଇଥିଲା ।
ଆପ ସାଂସଦ ସଞ୍ଜୟ ସିଂହ ସୋସିଆଲ ମିଡିଆ ହ୍ୟାଣ୍ଡଲ ଏକ୍ସରେ ପୋଷ୍ଟ କରି କହିଛନ୍ତି ଆତୀଶ ବର୍ତ୍ତମାନ ଏଲଏନଜେପି ହସ୍ପିଟାଲରେ ଆଇସିୟୁରେ ଅଛନ୍ତି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି ଏଥିପାଇଁ ତାଙ୍କ ଅନିଶ୍ଚିତକାଳୀନ ଅନଶନକୁ ସ୍ଥଗିତ ରଖାଯାଇଛି । କିନ୍ତୁ ବିରୋଧୀ ଦଳମାନଙ୍କୁ ଏକତ୍ରିତ କରି ସଂସଦରେ ଦିଲ୍ଲୀ ଜଳ ସଙ୍କଟ ପ୍ରସଙ୍ଗ ଉଠାଇବୁ । ଗତ କିଛି ଦିନ ମଧ୍ୟରେ ପାଗରେ ଉନ୍ନତି ଘଟିଛି ଏବଂ ଜଳର ପରିମାଣ ମଧ୍ୟ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି । ଏ ବାବଦରେ ପ୍ରଧାନମନ୍ତ୍ରୀ ଚିଠି ଲେଖିଥିବା କହିଛନ୍ତି ଆପ୍ ସାଂସଦ ।
ଦିଲ୍ଲୀରେ ଜଳ ସଙ୍କଟ ଦେଖାଦେଇଥିବା ବେଳେ ହରିଆଣାର ବିଜେପି ସରକାର ୪୬ କୋଟି ଲିଟର ଜଳ ଛାଡ଼ୁ ନାହାଁନ୍ତି । ଯାହା ପାଇଁ ଦିଲ୍ଲୀର ୨୮ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ଆତିଶୀ ଅଭିଯୋଗ କରିଛନ୍ତି ।

Related posts

କାରଗିଲ୍ ବିଜୟ ଦିବସ: ଯୁଦ୍ଧରେ ଭାରତୀୟ ଯବାନଙ୍କ ବୀରତ୍ୱ ସମ୍ମୁଖରେ ପରାଜୟ ସ୍ୱିକାର କରିଥିଲା ପାକିସ୍ତାନ

mahabharatanews

ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି ହେଲେ ଗୌତମ ଆଦାନୀ

mahabharatanews

ନକ୍ସଲଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ୨ ଯବାନ ସହିଦ

mahabharatanews