ଭାରତ

ଡଙ୍ଗାରୁ ମିଳିଥିବା ଏକ -୪୭ ଅଷ୍ଟ୍ରେଲୀୟ ନାଗରିକଙ୍କର

ଆତଙ୍କବାଦୀଙ୍କର ବୋଲି ପ୍ରମାଣ ନାହିଁ: ଫଡନାବିଶ

ମୁମ୍ବାଇ: ମହାରାଷ୍ଟ୍ରର ହରିହରେଶ୍ୱରରେ ସନ୍ଦେହଜନକ ଭାବେ ଏକ ଡଙ୍ଗାରୁ ଏକେ-୪୭ ରାଇଫଲ ଏବଂ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇଛି। ସମ୍ପୃକ୍ତ ଡଙ୍ଗାରେ ଜେଲାଟିନ ଷ୍ଟିକ, ତିନୋଟି ଏକେ-୪୭ ରାଇଫଲ ଏବଂ କାର୍ଟ୍ରିଜ ମଧ୍ୟ ମିଳିଥିଲା। ଏହା ଉପରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ଗୃହ ମନ୍ତ୍ରୀ ଦେବେନ୍ଦ୍ର ଫଡନାବିଶ ମହାରାଷ୍ଟ୍ର ବିଧାନସଭାରେ ଏକ ବିବୃତ୍ତି ରଖିଥିଲେ। ଶ୍ରୀ ଫଡନାବିଶଙ୍କ କହିବା ମୁତାବକ ଡଙ୍ଗାରୁ ମିଳିଥିବା ସମସ୍ତ ବିସ୍ଫୋରକ ସାମଗ୍ରୀ ଅଷ୍ଟ୍ରେଲିୟ ନାଗରିକଙ୍କର ବୋଲି ଜଣାପଡିଛି। ତେବେ ଉଦ୍ଧାର ହୋଇଥିବା ଡଙ୍ଗାର ନାମ ଲେଡିହନ ବୋଲି ଜଣାପଡିଛି। ଡଙ୍ଗାଟି ମସ୍କାଟକୁ ଯାଉଥିଲା। ଖରାପ ପାଗ ଯୋଗୁ ଡଙ୍ଗାଟି ସମୁଦ୍ରରେ ଫସିଯାଇଥିଲା। କୋରିଆ ଯୁଦ୍ଧ ଜାହାଜ ସମ୍ପୃକ୍ତ ଡଙ୍ଗାରେ ଥିବା କିଛି ଲୋକଙ୍କୁ ଉଦ୍ଧାର କରିଛି। ହେଲେ ଡଙ୍ଗାଟିକୁ ଉଦ୍ଧାର କରାଯାଇପାରିନାହିଁ। ସମୁଦ୍ରର ତରଙ୍ଗ ସହିତ ପ୍ରବାହିତ ହେଉଥିବା ବେଳେ ହରିହରେଶ୍ୱରରେ ପହଞ୍ଚିଥିଲା। ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିଶଙ୍କ କହିବା ମୁତାବକ ସମ୍ପୃକ୍ତ ଘଟଣାରେ ଆତଙ୍କବାଦୀଙ୍କ ପ୍ରତ୍ୟେକ୍ଷ ସମ୍ପୃକ୍ତି ଥିବାର କୌଣସି ପ୍ରମାଣ ମିଳିନାହିଁ। ଡଙ୍ଗାଟି ବର୍ତ୍ତମାନ ଯାତ୍ରା ଆରମ୍ଭ କରିଛି। ଆମେ ସବୁ ଦିଗରୁ ଅନୁଧ୍ୟାନ କରୁଛୁ ବୋଲି ଶ୍ରୀ ଫଡନାବିଶ କହିଛନ୍ତି। ପୁଲିସକୁ ଘଟଣା ସମ୍ପର୍କରେ ସତର୍କ ରହିବାକୁ କୁହାଯାଇଛି। ଘଟଣା ସମ୍ପର୍କରେ ଭାରତୀ ତଟରକ୍ଷୀ ବାହିନୀ ଓ ଅନ୍ୟାନ୍ୟ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ସୂଚନା ଦିଆଯାଇଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାମାନେ ଘଟଣା ସମ୍ପର୍କରେ ଅନୁସନ୍ଧାନ ଚଳାଇଛନ୍ତି।

Related posts

ସେନା ହେଲିକପ୍ଟର ଦୁର୍ଘଟଣା: ୨ ପାଇଲଟଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

mahabharatanews

୬ ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି

mahabharatanews

ଦେଶରେ କରୋନା ସଂକ୍ରମଣ ହ୍ରାସ ; ୩,୯୪୭ କରୋନା ପଜିଟିଭ ଚିହ୍ନଟ

mahabharatanews