ଓଡିଶା

ସନ୍ଧ୍ୟା ୫ଟା ସୁଦ୍ଧା ବନ୍ଦ ହେବ ହୀରାକୁଦ ଡ୍ୟାମର ୧୨ଟି ଗେଟ

ସୂଚନା ଦେଲେ ଜଳ ସମ୍ପଦ ବିଭାଗ ସର୍ବୋଚ୍ଛ ଯନ୍ତ୍ରୀ

ଭୁବନେଶ୍ୱର: ସନ୍ଧ୍ୟା ୫ଟା ସୁଦ୍ଧା ହୀରୀକୁଦ ଡ୍ୟାମର ୧୨ ଗେଟ ବନ୍ଦ କରାଯିବ। ସଂପ୍ରତି ୪୦ ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ତେବେ ସନ୍ଧ୍ୟା ସୁଦ୍ଧା ୧୨ଟି ଗେଟ ବନ୍ଦ କରାଯିବ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର କହିଛନ୍ତି। ତେବେ ପ୍ରଥମ ପର୍ଯ୍ୟାୟରେ ୪ଟି ଗେଟ ବନ୍ଦ କରାଯାଇ ସାରିଛିା। ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୪ଟି ଗେଟ ବନ୍ଦ କରାଯିବ। ତାହାର ଦୁଇ ଘଣ୍ଟା ପରେ ବାକି ୪ ଟି ଗେଟ ବନ୍ଦ କରାଯିବ। ଏନେଇ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ସୂଚନା ଦେଇଛନ୍ତି। ତେବେ ହୀରାକୁଦ ଡ୍ୟାମର ୧୨ଟି ଗେଟ ବନ୍ଦ ହେବା ପରେ ଫ୍ଲୋ କମିବ ବୋଲି ଆଶା ପ୍ରକାଶ କରାଯାଇଛି। ଗେଟ ବନ୍ଦ ହେବା ପରେ ଆଉ ୨ ଲକ୍ଷ କ୍ୟୁସେକ ଆଉଟ ଫ୍ଲୋ କମିବ। ଅନ୍ୟ ପକ୍ଷରେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ଯେ ଉତ୍ତର ପୂର୍ବ ବଙ୍ଗୋପ ସାଗରରେ ଲଘୁଚାପ କେନ୍ଦ୍ରୀଭୂତ ହେଉଛି। ଏହା ଧୀରେ ଧୀରେ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଆଜି ସନ୍ଧ୍ୟା ସୁଦ୍ଧା ୱେଲମାର୍କ ଲୋ ପ୍ରେସର ଏରିଆରେ ପରିଣତ ହେବ। କାଲି ସକାଳ ସୁଦ୍ଧା ଏହା ଅବପାତରେ ପରିଣତ ହେବ। ତେବେ ଅବପାତରେ ପରଣତ ହେବା ପରେ ଏହା ପଶ୍ଚିମବଙ୍ଗ ଉପକୂଳ ଏବଂ ଉତ୍ତର ଓଡି଼ଶା ଉପକୂଳ ଅତିକ୍ରମ କରିବ। କାଲି ଠାରୁ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ପଶ୍ଚିମବଙ୍ଗ ନିକଟରୁ ଉତ୍ତର ଓଡିଶା, ଝାଡଖଣ୍ଡ ହୋଇ ଛତିଶଗଡ ଆଡକୁ ମୁହାଁଇବ। ଏହାର ପ୍ରବାବରେ ଉତ୍ତର ଓଡି଼ଶାରେ ବର୍ଷା ହେବ। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି ବୋଲି ଶ୍ରୀ ମହାପାତ୍ର କହିଥିଲେ।

Related posts

ନଦୀରେ ବୁଡ଼ି ଯୁବକ ମୃତ

mahabharatanews

ଡରାଉଛି ଡାଇରିଆ

mahabharatanews

ଆଗାମୀ ୨୪ ଘଣ୍ଟାରେ ବର୍ଷା ସମ୍ଭାବନା

mahabharatanews