ଭାରତ

ହିମସ୍ଖଳନ ଯୋଗୁଁ ୨୫ ମୃତ,୮ ଆହତ

(ଆଫଗାନିସ୍ତାନ) : ଆଫଗାନିସ୍ତାନରେ ପ୍ରବଳ ତୁଷାରପାତ ଯୋଗୁଁ ଜନଜୀବନ ନଷ୍ଟ ହୋଇଯାଇଛି । ପୂର୍ବ ଆଫଗାନ ଅଧିନ ନୁରିସ୍ତାନରେ ହିମସ୍ଖଳନ ଯୋଗୁ ୨୫ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନାନୁଯାୟୀ , ଗତକାଲି ବିଳମ୍ବିତ ରାତିରେ ପାକିସ୍ତାନ ସୀମାବର୍ତ୍ତୀ ନୁରିସ୍ତାନର ଟାଟିନ୍‌ ଉପତ୍ୟକାର ନାକ୍ରେ ଗାଁରେ ହିମସ୍ଖଳନ ଘଟିଥିଲା। ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗର ମୁଖପାତ୍ର ଜନନ ସୟେଦ୍‌ ଏନେଇ ସୂଚନା ଦେଇ କହିଛନ୍ତି ଯେ ଏହି ଏହି ହିମସ୍ଖଳନରେ ୨୫ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୮ଜଣ ଗୁରୁତର ଆହତ ହୋଇଛନ୍ତି। ୨୦ଟି ଘର ସଂପୂର୍ଣ୍ଣ ଧ୍ବସ୍ତ ହୋଇଯାଇଛି। ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବା ସମ୍ଭାବନା ରହିଛି।

Related posts

କେ କବିତାଙ୍କୁ ଗିରଫ କଲା ଇଡି 

mahabharatanews

ମୋବାଇଲ କଂଗ୍ରେସ ପ୍ରଦର୍ଶନୀ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ 

mahabharatanews

ଆମ ନାଗରିକଙ୍କ ପ୍ରତି ମୋର ନୈତିକ କର୍ତ୍ତବ୍ୟ ରହିଛି: ଏସ ଜୟଶଙ୍କର

mahabharatanews