ବିଷମ କଟକ/ ରବିନ୍ଦ୍ର କୁମାର ସାହୁ: ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ବିଜୁ କଲ୍ୟାଣୀ ମଣ୍ଡପ ଠାରେ ପଞ୍ଚାୟତ ସ୍ତରୀୟ ଆମ ଓଡିଶା ନବୀନ ଓଡ଼ିଶା ମାଧ୍ୟମରେ ସହର ଠାରୁ ଆରମ୍ଭ କରି ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ବିକାଶର ମଡେଲ୍ ଦେଖିବାକୁ ମିଳୁଛି। ଆଜି ଏହି ଅବସରରେ ବିଷମ କଟକ ବ୍ଲକ ଅର୍ନ୍ତଗତ ବିଜୁ କଲ୍ୟାଣୀ ମଣ୍ଡପ ପରିସରରେ ଗୋଷ୍ଟି ଉର୍ଣ୍ୟୟନ ଅଧିକାରି ଶ୍ରୀଯୁକ୍ତ ସଦସିବ ନାୟକ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଯୋଶବା ହୁଇକା ଯୋଗଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିବାବେଳେ ମୁଖ୍ୟ ବକ୍ତା ଭାବେ ଜିଲ୍ଲାପରିଷଦ ସଦସ୍ୟା ସୁଜାତା କାଡାକା, ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକର ରୂପାନ୍ତରିତ କରଣ ବିଷୟରେ ମାର୍ଗଦର୍ଶନ ଦେଇଥିଲେ।ଏଥିରେ ସମ୍ମାନିତ ଅତିଥିଭାବେ ବ୍ଲକ ଉପାଧ୍ଯକ୍ଷ ଦେବୀ ପ୍ରସାଦ ପଟ୍ଟନାୟକ, ବିଷମକଟକ ସରପଞ୍ଚ ନମିତା କୁଲସିକା, ଆମ ଓଡିଶା ନବୀନ ଓଡିଶାର ଜିଲ୍ଲା ସଂଯୋଗ ପି ଗୌରୀ ପ୍ରସାଦ, ବରିଷ୍ଠ ବିଜେଡି ନେତା ଡି.ଶିବପ୍ରସାଦ ପ୍ରମୁଖ ମଞ୍ଚାସିନ ଥିଲେ। ପ୍ରଥମେ ଅତିଥିମାନେ ପ୍ରଭୁ ଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରି କାର୍ଯ୍ୟକ୍ରମର ଶୁଭାରମ କରିଥିଲେ । କାର୍ଯ୍ୟକ୍ରମଟି ପଞ୍ଚାୟତ ଅଧିକାରୀ ରାଜେନ୍ଦ୍ର ନାରାୟଣ ବ୍ରହ୍ମା ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ହୋଇଥିବା ବେଳେ ସ୍ୱେଚ୍ଛାସେବୀ ବାଳ ମୁକୁନ୍ଦ ପାଳ ମଞ୍ଚ ପରିଚାଳନ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ଏଥିରେ ବିଭିନ୍ନ ବିଭାଗ ତରଫରୁ ରାଜ୍ୟସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡିକର ସଚେତନତା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଷମ କଟକ ଗ୍ରାମ ପଞ୍ଚାୟତରେ ରାଜ୍ୟସରକାରଙ୍କ ଦ୍ବାରା ହୋଇଥିବା ଉନ୍ନୟନ ମୂଳକ କାର୍ଯ୍ୟ ବିବରଣୀର ଏକ ପୁସ୍ତକ ଅତିଥି ମାନଙ୍କ ଦ୍ବାରା ଉନ୍ମୋଚନ କରାଯାଇଥିଲା । କାର୍ଯ୍ୟକ୍ରମ ସ୍ଥଳରେ ଶିଶୁ ବିକାଶ ପ୍ରକଳ୍ପ, ସ୍ବାସ୍ଥ୍ୟ, ଶିକ୍ଷା ବିଭାଗ ତରଫରୁ ଷ୍ଟଲ ଖୋଲା ଯାଇଥିଲା I ଅତିଥି ମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିବା ପୁସ୍ତକ ଉପସ୍ଥିତ ପଞ୍ଚାୟତର ଶତାଧିକ ଗ୍ରାମବାସୀଙ୍କୁ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ସମସ୍ତ ଗାଁସାଥି, ଏମବିକେ, ସିଆରପି, ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ ଏଵଂ ପଞ୍ଚାୟତବାସୀ ଉପସ୍ଥିତ ରହି ବିଶେଷ ସହଯୋଗ କରିଥିଲେ।
previous post