ଓଡିଶା

ରେଳ ଦୁର୍ଘଟଣା : ପଦରୁ ବହିସ୍କୃତ ହେଲେ ଦକ୍ଷିଣ-ପୂର୍ବ ଜେନେରାଲ ମ୍ୟାନେଜର

(ବାଲେଶ୍ଵର) :  ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ମାସେ ପୁରିଥିଲେ ମଧ୍ୟ ଏହାକୁ ଭୁଲିବା ଏତେ ସହଜ ହେଉନାହିଁ  । ଆଜିବି ମାନେ ପଡୁଛି ସେଇ କରାଳକାଳ ରାତ୍ରିର ଦୃଶ୍ୟ  । ତେବେ ସିବିଆଇ ଏହାର ତଦନ୍ତ କରୁଛି । ଏହି ସମୟରେ କେନ୍ଦ୍ର ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଦକ୍ଷିଣ-ପୂର୍ବ ରେଳପଥର ଜନେରାଲ ମ୍ୟାନେଜର ଅର୍ଚ୍ଚନା ଯୋଶୀଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି ।

ଭାରତୀୟ ରେଳବାଇ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ଦକ୍ଷିଣ ପୂର୍ବ ରେଳବାଇର ନୂଆ ଜେନାରେଲ ମ୍ୟାନେଜର ଭାବେ ଅନୀଲ କୁମାର ମିଶ୍ରଙ୍କୁ କ୍ୟାବିନେଟ୍ ନିଯୁକ୍ତି କମିଟି ଅନୁମୋଦନ କରିଛି ।

ସୂଚନାନୁଯାୟୀ , ଜୁନ ୨ ତାରିଖରେ ଘଟିଥିଲା ଏହି ଟ୍ରେନ୍ ଦୁର୍ଘଟଣା । ଏଥିରେ ବର୍ତ୍ତମାନ ସୁଦ୍ଧା ୨୯୩  ଜଣଙ୍କର ମୃତ୍ୟୁ ହୋଇଛି । ଆହୁରି ଅନେକ ଲୋକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ତେବେ ଗତକାଲି ୨୯ଜଣଙ୍କର DNA ରିପୋର୍ଟ ଆସିଛି ।

Related posts

ବଢୁଛି ଡେଙ୍ଗୁ ଆତଙ୍କ: ୧୯୭  ପଜିଟିଭ ଚିହ୍ନଟ 

mahabharatanews

ୱାର୍ଡ ମେମ୍ବରଙ୍କ ସହ ଧାରଣା ଦେଲେ ସରପଞ୍ଚ

mahabharatanews

କ୍ୱାରେଣ୍ଟାଇନ ପରେ ପ୍ରୋତ୍ସାହନ ରାଶି ମିଳିବାରେ ବିଳମ୍ବ ନେଇ ପ୍ରବାସୀ ଶ୍ରମିକଙ୍କ ଧାରଣା

mahabharatanews