ମନୋରଞ୍ଜନ

 ବିଦେଶ ଯାତ୍ରା କରିପାରିବେ ନାହିଁ    

(ମୁମ୍ବାଇ) :   ବିନା ଅନୁମତିରେ ବିଦେଶ ଯାତ୍ରା ନକରିବାକୁ କୋର୍ଟ ଜରିନ ଖାନଙ୍କୁ ଦେଲେ ନିର୍ଦ୍ଦେଶ । ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ଏକ କୋର୍ଟ ସୋମବାର ନରକେଲଡଙ୍ଗା ପୁଲିସ ଷ୍ଟେସନରେ ପଞ୍ଜୀକୃତ ହୋଇଥିବା ଏକ ଠକେଇ ମାମଲାରେ ବଲିଉଡ ଅଭିନେତ୍ରୀ ଜରିନ ଖାନଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ବିନା ଅନୁମତିରେ ବିଦେଶ ଯାତ୍ରା ନକରିବାକୁ କୋର୍ଟ ଜରିନ ଖାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାନୁଯାୟୀ , ଏଥିସହ ତାଙ୍କୁ ପ୍ରତ୍ୟେକ ଶୁଣାଣିରେ କୋର୍ଟରେ ହାଜର ହେବାକୁ କୁହାଯାଇଛି। ଜରିନ ଖାନଙ୍କ ଓକିଲଙ୍କ ଯୁକ୍ତି ଶୁଣିବା ପରେ ସିଆଲଦା କୋର୍ଟ ୩୦୦୦୦ ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ଜରିନଙ୍କୁ ଡିସେମ୍ବର ୨୬ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ଏବଂ କୋଲକାତା ପୁଲିସର ଅନୁମତି ବିନା ବିଦେଶ ନ ଯିବାକୁ କୁହାଯାଇଛି।

Related posts

ନିର୍ବନ୍ଧକୁ ନେଇ ଖୁସି ନାହାନ୍ତି ପରିଣୀତି

mahabharatanews

ଏକାଠି କାମ କରିବାକୁ ଯାଉଛନ୍ତି ଅମିତାଭ ଏବଂ ରଜନୀକାନ୍ତ

mahabharatanews

ନିଜ ପ୍ରଶଂସକଙ୍କୁ ଚାପୁଡ଼ା ମାରି ସଫେଇ ଦେଲେ ନାନା ପାଟେକର

mahabharatanews