ମନୋରଞ୍ଜନ

ଭାରତର ପ୍ରଥମ ସାଇଫାଇ ଫିଲ୍ମ ‘କୋଇ … ମିଲ ଗୟା’ ରିଲିଜ

(ମୁମ୍ବାଇ)  : ପରଦାକୁ ଆସିଲା ପ୍ରଖ୍ୟାତ ନିର୍ମାତା-ନିର୍ଦେଶକ ରାକେଶ ରୋଶନଙ୍କ ୨୦ ବର୍ଷ ତଳର ବ୍ଲକବଷ୍ଟର ସିନେମା ‘କୋଇ … ମିଲ ଗୟା’। ଦେଶର ୩୦ଟି ସହରରେ ଏହାକୁ ୨୦ ବର୍ଷ ପରେ ପୁଣି ରିଲିଜ୍ କରାଯାଇଛି। ଏହାକୁ ଭାରତର ପ୍ରଥମ ସାଇଫାଇ ଫିଲ୍ମ ବୋଲି କୁହାଯାଏ। ଏହି ଚଳଚ୍ଚିତ୍ରଟିକୁ ଦୀର୍ଘ ବର୍ଷ ପରେ ମଧ୍ୟ ଦର୍ଶକ ବେଶ ପସନ୍ଦ କରିଛନ୍ତି ।

ସୂଚନାନୁଯାୟୀ , ଫିଲ୍ମର ୨୦ତମ ବାର୍ଷିକୀ ପାଳନ ପାଇଁ ‘କୋଇ ମିଲ୍ ଗୟା’ ଅଗଷ୍ଟ ୪ ତାରିଖରେ ପ୍ରେକ୍ଷାଳୟରେ ପୁନଃ ମୁକ୍ତିଲାଭ କରିଛି। ଏହାକୁ ଦର୍ଶକଙ୍କ ଭଲ ରେସପନ୍ସ ମିଳିଥିବା ଜଣାଯାଇଛି। ଏହି ଚଳଚ୍ଚିତ୍ରରେ ହ୍ରିତିକ ରୋଶନ, ପ୍ରୀତି ଜିଣ୍ଟା, ରେଖା, ରାକେଶ ରୋଶନ, ଜନି ଲିଭର, ରଜତ ବେଦୀ, ପ୍ରେମ ଚୋପ୍ରା, ଶିଶୁ ଅଭିନେତା ହଂସିକା ମୋଟୱାନି ଏବଂ ଅନୁଜ ପଣ୍ଡିତ ଶର୍ମା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

 

Related posts

ଅଜୟଙ୍କ ‘ଶୈତାନ’: ଆଡଭାନ୍ସ ବୁକିଂ ଆରମ୍ଭ

mahabharatanews

ଦୁଇ ଦିନ ଭିତରେ ଏମ୍ସ ଡାକ୍ତରଖାନାରୁ ଡିସଚାର୍ଜ ହେବେ ଅଭିଜିତ

mahabharatanews

କୋରିଓଗ୍ରାଫରଙ୍କ ପୁଅ ଆଦମ ବିଡପା ଗିରଫ

mahabharatanews